www.samajalive.in
Friday, December 12, 2025
27.1 C
Bhubaneswar

ପ୍ରୟାଗରେ ବୁଡ଼ ପକାଇଲେ ଆଦିତ୍ୟନାଥ, କୁମ୍ଭ ମେଳାରେ ବସିଲା କ୍ୟାବିନେଟ ବୈଠକ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥ ମଙ୍ଗଳବାର କୁମ୍ଭମେଳାରେ ପହଞ୍ଚିଛନ୍ତି। ପ୍ରାୟଗଠାରେ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ ସେ ସଙ୍ଗମ ଜଳରେ ବୁଡ଼ ପକାଇଛନ୍ତି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବୁଡ଼ ପକାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟାନଥଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଥମଥର ଲାଗି ଲକ୍ଷ୍ନୌ ବାହାରେ ଉତ୍ତରପ୍ରଦେଶର କ୍ୟାବିନେଟ ବୈଠକ ବସିଛି। ଏହା ପରେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରି’ର ସ୍ବତନ୍ତ୍ର ଭ୍ରମ୍ୟମାଣ ସ୍କିନିଂରେ ଆଦିତ୍ୟନାଥ ଯୋଗଦେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ପ୍ରଚାରକୁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରଦାନ କରିବା ଲକ୍ଷ୍ୟରେ ଥିବା ବିଜେପି ପାଇଁ ଚଳିତବର୍ଷର ଏହି ଧାର୍ମିକ କାର୍ଯ୍ୟକ୍ରମ ଗୁରୁତ୍ବ ବହନ କରେ। ରବିବାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବୁଡ଼ ପକାଇଥିଲେ। ଏଠାକୁ ଦେଶର ବହୁ ମନ୍ତ୍ରୀ ତଥା ବିଶିଷ୍ଠ ନେତାଙ୍କ ଆଗମନ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories