www.samajalive.in
Monday, December 15, 2025
15.1 C
Bhubaneswar

ବର-କନ୍ୟା ବେଶରେ କେକ୍‌ କାଟି ବିବାହ ବାର୍ଷିକୀ ପାଳିଲେ, ଶେଷରେ ମୃତ୍ୟୁକୁ ଆଦରି ନେଲେ ଦମ୍ପତି

ସମାଜ ଡିଜିଟାଲ ଡେସ୍କ: ବର-କନ୍ୟା ବେଶରେ ସଜ ହେଲେ। ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ଡାକି ରାତି ୧୨ଟାରେ କେକ୍‌ କାଟି ଭୋଜି ଦେଲେ। ଭୋଜିଭାତ ସରିବା ପରେ ପରେ ମୃତ୍ୟୁକୁ ଆଦରି ନେଲେ ଦମ୍ପତି। ଅର୍ଥାତ ଖୁସି ବାଣ୍ଟିବା ପରେ ଉଭୟେ ଆତ୍ମହତ୍ୟାର ବାଟକୁ ବାଛିନେଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରରେ। ଉଭୟଙ୍କ ନିକଟରୁ ଦୁଇଟି ସୁଇସାଇଡ୍ ନୋଟ ଜବତ ହୋଇଛି। ଯେଉଁଥିରେ ସେମାନେ ନିଜ ଶେଷ ଇଚ୍ଛା ବ୍ୟକ୍ତି କରିଛନ୍ତି, ହେଲେ ଆତ୍ମହତ୍ୟାର କାରଣ ଦର୍ଶାଇ ନାହାନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। କ’ଣ ପାଇଁ ଉଭୟେ ଏପରି ନିଷ୍ପତ୍ତି ନେଲେ ତାହା ଏବେ ରହସ୍ୟାବୃତ୍ତ ହୋଇ ରହିଯାଇଛି।

ମୃତକ ହେଲେ ୫୭ ବର୍ଷୀୟ ଜେରିଲ ଡାମସନ ଓସ୍କାର ମନକ୍ରିଫ ଏବଂ ତାଙ୍କ ସ୍ତ୍ରୀ ୪୬ ବର୍ଷୀୟା ଆନ୍ନେ। ସେମାନେ ନାଗପୁରର ମାର୍ଟିନ ନଗରରେ ରହୁଥିଲେ। ଆନ୍ନେଙ୍କ ମୃତଦେହ ଡ୍ରଇଂ ରୁମରେ ପଡ଼ିଥିବାବେଳେ ଜେରିଲଙ୍କ ମୃତଦେହ ରୋଷେଇ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଆନ୍ନେଙ୍କ ମୃତଦେହ ଉପରେ ଧଳା ଚାଦର ଘୋଡ଼ାଇ ଦିଆଯାଇଛି। ତା ଉପରେ ଫୁଲତୋଡ଼ା ରଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଆନ୍ନେଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ମୃତଦେହକୁ ସଫା ଧଳା ଚାଦର ଘୋଡ଼ାଇ ସସମ୍ମାନେ ଫୁଲତୋଡ଼ା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ବୋଲି ପୁଲିସ କହିଛି।

- Advertisement -

ମଙ୍ଗଳବାର ଉଭୟଙ୍କ ୨୬  ତମ ବିବାହ ବାର୍ଷିକୀ ଥିଲା। ଏଥିପାଇଁ ସେମାନେ ସୋମବାର ସନ୍ଧ୍ୟାରେ ଭୋଜିର ଆୟୋଜନ କରିଥିଲେ। ସମସ୍ତ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ଗହଣରେ ରାତି ୧୨ଟାରେ କେକ୍‌ ବି କାଟିଥିଲେ। ପାଖପଡ଼ିଶା ଏବଂ ବନ୍ଧୁମାନେ ସମସ୍ତେ ଭୋଜି ଖାଇ ନିଜ ନିଜ ଘରକୁ ଫେରିଥିଲେ। ଏହା ପରେ ଜେରିଲ ଏବଂ ଆନ୍ନେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ୨ଟି ବିଦାୟକାଳୀନ ବାର୍ତ୍ତା ଲେଖିବା ସହିତ ଉଭୟଙ୍କ ସୁଇସାଇଡ୍‌ ନୋଟ ପୋଷ୍ଟ କରିଥିଲେ। ଭୋର ପ୍ରାୟ ୫ଟା ୪୭ ମିନିଟରେ ଆନ୍ନେଙ୍କ ସାମାଜିକ ଗଣମାଧ୍ୟମ ଷ୍ଟାଟସ ଅପଡେଟ ହୋଇଥିଲା। ଏହା ଦେଖି ତାଙ୍କ ପରିବାର ଲୋକେ ସହଜରେ ବିଶ୍ଵାସ କରିପାରି ନ ଥିଲେ। ତୁରନ୍ତ ସେମାନେ ଆନ୍ନେଙ୍କ ସାଙ୍ଗସାଥୀଙ୍କୁ ଖବର ଦେଇଥିଲେ। ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା।

କ’ଣ ପାଇଁ ସେମାନେ ଏପରି ପଦକ୍ଷେପ ନେଲେ ତାହା ସୁଇସାଇଡ୍‌ ନୋଟରେ ଲେଖିନାହାନ୍ତି। କେବଳ ସେଥିରେ ଅନୁରୋଧ କରିଛନ୍ତି ଯେ, ମୃତ୍ୟୁ ପରେ ଉଭୟଙ୍କ ମୃତଦେହକୁ ଗୋଟିଏ କଫିନରେ କବର ଦିଆଯାଉଛି। ଉଭୟଙ୍କର କୌଣସି ସନ୍ତାନ ନ ଥିବାରୁ ସେମାନଙ୍କ ସମ୍ପତ୍ତିକୁ ବନ୍ଧୁ ଓ ପରିବାରବର୍ଗ ସମାନ ଭାବେ ବାଣ୍ଟିନେବେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଜେରିଲ ପେସାରେ ଜଣେ ସେଫ୍‌ ଥିଲେ। ଉଭୟେ ବହୁତ ମେଳାପି ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories