www.samajalive.in
Sunday, December 14, 2025
15.1 C
Bhubaneswar

ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ପାଇଁ ଟିପ୍ସ

ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ସହ କାମ କରିବାର ତରିକା ମଧ୍ୟ ବଦଳିଛି । ପୂର୍ବରୁ ଆମେ ଦିନରେ କାମ କରୁଥିଲେ ଏବଂ ରାତିରେ ଆରମ କରୁଥିଲେ । କିନ୍ତୁ ଏବେ ରାତିରେ ଅଫିସରେ କାମ କରିବାକୁ ପଡୁଛି । କିନ୍ତୁ ଏହା ଶରୀର ପାଇଁ ହାନିକାରକ । ଆଇଟି, ମିଡିଆ, ବିପିଓ, ଫ୍ୟାଶନ ହାଉସ, ଆମଦାନୀ ଓ ରପ୍ତାନି ଆଦି କ୍ଷେତ୍ରରେ କର୍ମଚାରୀମାନେ ରାତିରେ କାମ କରିଥାନ୍ତି ।

ଏକ ଅଧ୍ୟୟନରୁ ଜଣାପଡିଛି ରାତିରେ କାମ କରୁଥିବା ଲୋକଙ୍କୁ ହୃଦଘାତ ଓ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଏହା ସହ ରାତି ଅନିଦ୍ରାର ସବୁଠାରୁ ଖରାପ ପ୍ରଭାବ ପାଚନତନ୍ତ୍ର ଉପରେ ପଡିଥାଏ । କାରଣ ଯେଉଁ ସମୟରେ ପାଚନତନ୍ତ୍ରକୁ ବିଶ୍ରାମ ଆବଶ୍ୟକ ହୋଇଥାଏ ସେହି ସମୟରେ ରାତିରେ କାମ କରୁଥିବା ଲୋକ ଖାଦ୍ୟ ଖାଇଥାନ୍ତି ବା ବସିକି କାମ କରୁଥାନ୍ତି । ଏହା ଦ୍ବାରା ମୋଟାପଣ ଓ ମଧୁମେହ ରୋଗ ହେବାର ଅନେକାଂଶରେ ବଢିଯାଇଥାଏ ।

- Advertisement -

ରାତିରେ କାମ କରୁଥିବା ଲୋକଙ୍କ ମସ୍ତିଷ୍କକୁ ପ୍ରର୍ଯ୍ୟାପ୍ତ ପରିମାଣରେ ଆରମ ମିଳିନଥାଏ । ଯାହା ଫଳରେ ଆଗାମୀ ଦିନ​‌ରେ ବ୍ରେନ୍ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳେ । ଯଦି ଆପଣ ୫ ବର୍ଷ ବା ତାଠାରୁ ଅଧିକ ସମୟ ରାତିର କାମ କରୁଛନ୍ତି ତେବେ ଆପଣଙ୍କ ମସ୍ତିଷ୍କ ରାତିରେ କାମ କରୁନଥିବା ଲୋକଙ୍କ ତୁଳନାରେ ୬.୫ ବର୍ଷ ଅଧିକ ବୃଦ୍ଧ ହୋଇଯିବ । ଏହା ଦ୍ବାରା ଆପଣଙ୍କ ଚିନ୍ତା କରିବା ଓ ବୁଝିବା ଶକ୍ତି ଦୁର୍ବଳ ହୋଇଯିବ । ଏହା ସହ ସ୍ମରଣ ଶକ୍ତି ଦୁର୍ବଳ ଭଳି ସମସ୍ୟା ଦେଖା ଦେବ ।

ରାତିରେ କାମ କରୁଥିବା ଲୋକଙ୍କ ପାଇଁ ଟିପ୍ସ

-ଯଦି ଆପଣ ରାତିରେ କାମ କରୁଛନ୍ତି ତେବେ ଦିନରେ ଶୋଇବା ସମୟରେ ରୁମଟିକୁ ଅନ୍ଧାର ରଖନ୍ତୁ ।
-ଦିନରେ ଶୋଇବା ପାଇଁ ଶାନ୍ତ ପରିବେଶକୁ ବାଛନ୍ତୁ ।
-ରାତିରେ ଡ୍ୟୁଟି ଯିବା ପୂର୍ବରୁ ଏକ ଘଣ୍ଟା ଶୁଅନ୍ତୁ ।
-ରାତିରେ କାମ କରିବା ସମୟରେ ଚକୋଲେଟ ଓ ଜଙ୍କଫୁଡ ବଦଳରେ ସାଲାଡ୍ ବା ଫଳ ସେବନ କରନ୍ତୁ ।
– ରାତିରେ କାମ କରିବା ସମୟରେ ଚା ଓ କଫି ପିଅନ୍ତୁ ନାହିଁ।
-ଡ୍ୟୁଟି ଶେଷ ହେବା ପରେ ଘର ପହଞ୍ଚି ଖାଲି ପେଟରେ ଶୁଅନ୍ତୁ ନାହିଁ । ହାଲୁକା ଖାଦ୍ୟ ଖାଇକି ଶୁଅନ୍ତୁ ।
-ନିଦ ନ ଆସିଲେ ଆଲକୋହଲ ବା ଔଷଧ ଖାଆନ୍ତୁ ନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories