www.samajalive.in
Monday, December 15, 2025
15.1 C
Bhubaneswar

ବର୍ଷ ବର୍ଷ ହେଲା ମିଳିନି ବିଧବା ଭତ୍ତା, ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମର ତିନି ଜଣ ହିତାଧିକାରୀ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି। ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀ। ରାଇଲିମା ଗ୍ରାମର ସିତମେ ହୁଈକା(୫୫) ବିଧବା ଭତ୍ତା ପାଇ ଆସୁଥିଲେ ବର୍ତ୍ତମାନ ୫ମାସ ହେବ ଭତ୍ତା ମିଳି ନ ଥିବାବେଳେ ୱାନେ ପିଡ଼ିସିକା(୫୫) ବିଧବା ଭତ୍ତା ଦୁଇ ବର୍ଷ ଓ ଆଲମେ ହୁଈକା(୬୬)ଙ୍କୁ ବର୍ଷେ ଛଅ ମାସ ହେବ ବିଧବା ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି। ଏହି ଡଙ୍ଗରିଆ ମହିଳାମାନେ ଭତ୍ତା ଟଙ୍କାରେ ପରିବାର ଭରଣପୋଷଣ କରୁଥିବା କହିଛନ୍ତି। ବର୍ତ୍ତମାନ ଭତ୍ତା ଟଙ୍କା ନ ମିଳିବାରୁ ବହୁ ଦୁଃଖ କଷ୍ଟରେ ଜୀବନ କାଟୁଥିବା କହିଛନ୍ତି। ଗ୍ରାମର ତିନି ଜଣ ବିଧବା ମହିଳାଙ୍କୁ କେଉଁ କାରଣରୁ ଭତ୍ତା ମିଳୁନାହିଁ ବୋଲି କାମ କୁଲେସିକା ନାମକ ବ୍ୟକ୍ତି ସାଙ୍ଗରେ ତିନି ଜଣଙ୍କୁ ଧରି ବ୍ଲକ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଏନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ମାସେ ହେବ ଆସିଛି, କ’ଣ ହୋଇଛି ଦେଖିବି। ଏହାକୁ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂହ ସାମନ୍ତ କହିଛନ୍ତି, କ’ଣ ହୋଇଛି ତଦନ୍ତ କରିବା ପରେ ଜଣାପଡ଼ିବ। ବର୍ତ୍ତମାନ ମୁଁ ନୂଆରେ ଆସିଛି। ଯଦି ସେମାନଙ୍କ ମଧୁବାବୁ ପେନସନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବ ଯଦି ନାହିଁ, ତାହେଲେ ଏତେଗୁଡ଼ାଏ ଟଙ୍କା ଏକାଥରକେ ଦେଇ ହେବନାହିଁ, ମାସ ମାସକୁ କିଛି କିଛି ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଲ୍ୟାଣସିଂହପୁର ବ୍ଲକର କିଛି ପଞ୍ଚାୟତରେ ମଧ୍ୟ ଏହିପରି ଭତ୍ତା ମିଳିନଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories