www.samajalive.in
Sunday, December 14, 2025
19.1 C
Bhubaneswar

ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ସମାଜ ଡିଜିଟାଲ ଡେସ୍କ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ ହେବ ନିଜ ଦଳର ନେତାମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ଏହାକୁ ନେଇ ଟ୍ରୁଡୋ ଅତ୍ୟନ୍ତ ଚାପରେ ଥିବାବେଳେ ନିକଟରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ଡିସେମ୍ବର ୧୬ରେ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ। ବିଭିନ୍ନ ନୀତିରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ମତପାର୍ଥକ୍ୟ ସୃଷ୍ଟି ହେଉଥିବାରୁ ସେ ଇସ୍ତଫା ଦେଇଥିବା ଫ୍ରିଲାଣ୍ଡ ଦର୍ଶାଇଥିଲେ।

ଏସବୁ ଘଟଣା ପରେ ଲିବେରାଲ ପାର୍ଟି ସାଂସଦମାନେ ଆସନ୍ତା ବୁଧବାର ବୈଠକ କରିବା ନେଇ ଦିନ ଧାର୍ଯ୍ୟ ହୋଇଛି। ବୈଠକରେ କିମ୍ବା ଏହା ପୂର୍ବରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ ଟ୍ରୁଡୋଙ୍କ ଇସ୍ତଫା ପରେ ଯିଏ ଦଳୀୟ ନେତୃତ୍ଵ ନେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories