ପାଟଣା : ପାଖାପାଖି ସପ୍ତାହେ ଧରି ପାଟଣା ଓ ଘଟଗାଁ ବନାଞ୍ଚଳରେ ଉପଦ୍ରବ ଚଳାଇଥିବା ଏକ ଗୋଠ ଛଡା ଦନ୍ତା ଆଜି ସକାଳୁ ସକାଳୁ ଦେଓ ନଦୀ ପାର ହୋଇ କରଞ୍ଜିଆ ବନାଞ୍ଚଳ ବଡ଼ ଦେଉଳି ଜଙ୍ଗଲକୁ ଚାଲି ଯାଇଛି। ତେବେ ଗତ ସନ୍ଧ୍ୟାରେ ଏହି ଦନ୍ତା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମର କୁନ୍ତି ମହାନ୍ତଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯିବା ପରେ ବୈତରଣୀ ପାର ହୋଇ ସାହାରପଡା ବ୍ଲକ ବେଗନା ଗ୍ରାମର ପ୍ରେମାନନ୍ଦ ସେଠୀ ଓ ପ୍ରଶାନ୍ତ ସେଠୀଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ପାଟଣା ବନପାଳ ପିଅନ ନାଏକ ଓ ସାହାରପଡ଼ା ବାନପାଳ ଭୂପତି ସେଠୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି।
Popular Categories



