www.samajalive.in
Tuesday, December 9, 2025
17.1 C
Bhubaneswar

ଖୁବ୍‍ଶୀଘ୍ର ବଲିଉଡ଼ରେ ପାଦ ଥାପିବେ ଅମିରଙ୍କ ପୁଅ ଜୁନୈଦ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ଅଭିନେତା ଅମିର ଖାନଙ୍କ ବଡ଼ ପୁଅ ଜୁନୈଦ ଖାନ୍‍ ଖୁବ୍‍ଶୀଘ୍ର ବଲିଉଡ଼ରେ ପାଦ ଥାପିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିଜେ ଅମିର। ହେଲେ କେଉଁ ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ଼ରେ ପ୍ରବେଶ କରିବେ ଏନେଇ କୌଣସି ସୂଚନା ମିଳି ପାରିନାହିଁ। ତେବେ ଜୁନୈଦଙ୍କ ବଲିଉଡ଼ରେ ପ୍ରବେଶକୁ ନେଇ ଅମିର ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ଏହି ସର୍ତ୍ତ ହେଉଛି ସ୍କ୍ରିନ୍‍ ଟେଷ୍ଟ। ଅର୍ଥାତ୍‍ ଅମିର ନିଜ ନାଁ ବଳରେ ଜୁନୈଦଙ୍କୁ ବଲିଉଡ଼ରେ ଏଣ୍ଟ୍ରି କରାଇବାକୁ ଚାହୁଁ ନାହାନ୍ତି। ତାଙ୍କ ଇଛା ଜୁନୈଦ ନିଜ ପ୍ରତିଭା ବଳରେ ନିଜ ପରିଚୟ ସୃଷ୍ଟି କରନ୍ତୁ। ତେଣୁ ସେ କହିଛନ୍ତି, “ଜୁନୈଦ ସ୍କ୍ରିନ୍‍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ନିଜ କ୍ୟାରିୟର ଆରମ୍ଭ କରୁ ବୋଲି ମୁଁ ଚାହୁଁଛି। ଯଦି ମୋ ପୁଅ ସ୍କ୍ରିନ୍‍ ଟେଷ୍ଟରେ ଉତ୍ତୀର୍ଣ୍ଣ ନହୁଏ ତେବେ ମୋତେ ଲାଗୁନି ଯେ ସେ ଜଣେ ଭଲ ଅଭିନେତା ହୋଇପାରିବ”।

- Advertisement -

ଅମିର ପୁନର୍ବାର କହିଛନ୍ତି, “ଯଦି ଭବିଷ୍ୟତରେ କେବେ ମୋ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଏ ତେବେ ମୁଁ ଚାହିଁବି ମୋ ପୁଅ ମୋ ଚରିତ୍ରରେ ଅଭିନୟ କରୁ। କାରଣ ମୋର ବିଶ୍ୱାସ ଜୁନୈଦ ପରଦାରେ ମୋ ଚରିତ୍ରକୁ ଭଲ ଭାବେ ପ୍ରଦର୍ଶିତ କରିପାରିବ”। ଏଥିସହିତ ସେ ପୁଅ ପାଇଁ ଏବେ ଏକ ଭଲ ସ୍କ୍ରିପ୍ଟର ଅନ୍ୱେଷଣରେ ଅଛନ୍ତି ବୋଲି ଅମିର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନୈଦ ଅମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ପୁଅ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories