www.samajalive.in
Tuesday, December 9, 2025
15.1 C
Bhubaneswar

ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସମସ୍ତ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍

ଭୁବନେଶ୍ଵର: ଏକ ମାସ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋୟର ପିଏମଜିରେ ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏକ ସଚେତନତା ପଦଯାତ୍ରା ଲୋୟର ପିଏମଜିରୁ ବାହାରି ରାମ ମନ୍ଦିର ଯାଏଁ ଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ଗଡ଼ୁଥିବା ସବୁ ବସରେ ସ୍ମାର୍ଟ ଡିଭାଇସ ଲାଗିବ।  ଦୁର୍ଘଟଣା ପୂର୍ବରୁ ସାଇରନ ବାଜିବ। ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଦୁର୍ଘଟଣା ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ଏ ନେଇ ଆଇଆଇଟି ମାଡ୍ରାସ ସହ ଚୁକ୍ତି ହୋଇଛି। ଡ୍ରାଇଭରଙ୍କ ଆଖି ଲାଗିଗଲେ କିମ୍ବା ଅନ୍ୟ ମନସ୍କ ଥାଇ ଗାଡି ଚଳାଇଲେ, ଏହି ସ୍ମାର୍ଟ ଡିଭାଇସ୍ ସାଇରନ୍ ଦେବ। ଏପରିକି ମଦ ପିଇ ଗାଡି ଚଳାଇଲେ ଏକ ଶଦ୍ଦ ଶୁଣାଯିବ, ଯାହା ଡ୍ରାଇଭରକୁ ସଚେତନ କରାଇବ। ଏହି ଅବସରରେ ଓଡିଶା ଯାତ୍ରୀ ଆପ୍‌ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ଵାରା ଗୋଟିଏ କ୍ଲିକରେ ଗନ୍ତବ୍ୟ ସ୍ଥଳ ପାଇଁ ଯାତ୍ରୀମାନେ ଅଟୋ ଏବଂ ଟ୍ୟାକ୍ସି ପାଇପାରିବେ। ଦୁଇ ହଜାର ଟ୍ରାଫିକ୍ ପୁଲିସ୍ ନିଯୁକ୍ତି ସୃଷ୍ଟି କରାଯିବ। ଓଲା ଏବଂ ଉବେର ଏସବୁ କମର୍ସିଆଲ ବେସିସ୍‌ରେ ଚାଲିଛି। ଏଥିରେ ମଧ୍ୟସ୍ଥି କାର୍ଯ୍ୟ କରୁଥିବା ବ୍ୟକ୍ତି ଲାଭବାନ୍ ହେଉଛି। ଏପରିକି କମ୍ପାନୀ ଡ୍ରାଇଭର ମାନଙ୍କଠାରୁ କମିଶନ ମଧ୍ୟ ନେଉଛି। ସେସବୁ ହଟାଇ ସ୍ଵଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଆପ୍ କରାଯାଇଛି। ପ୍ରବାସୀ ଭାରତୀୟ ଦିବସରେ ମଧ୍ୟରେ ଓଡିଶା ଯାତ୍ରୀ ଆପ୍ ଲାଗିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories