www.samajalive.in
Sunday, December 14, 2025
14.1 C
Bhubaneswar

ସିଡନୀ ଟେଷ୍ଟର ପ୍ରଥମ ଦିନରେ ଭାରତ ୧୮୫ରେ ଅଲଆଉଟ୍, ଅଷ୍ଟ୍ରେଲିଆର ସ୍କୋର ୯/୧

ସିଡନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ  ସିଡନୀରେ ୩ ଜାନୁୟାରୀରେ ଆରମ୍ଭ ହୋଇଛି । ଏହି ମୁକାବିଲାରେ ଭାରତ ୧୮୫ ରନରେ ଅଲଆଉଟ୍ ହୋଇଯାଇଛି । ଜବାବରେ ଅଷ୍ଟ୍ରେଲିଆ ୯ ରନ୍ ଏକ ଓ୍ବିକେଟ୍ ହରାଇ ହାସଲ କରିଛି ।

ଭାରତର ପ୍ରଥମ ପାଳିରେ ସବୁଠାରୁ ଅଧିକ ୪୦ ରନ୍ ଋଷଭ ପନ୍ତ କରିଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ତରଫରୁ ସବୁଠୁ ଅଧିକ ୪ ଓ୍ବିକେଟ୍ ସ୍କଟ୍ ବୋଲେଣ୍ଡ୍ ନେଇଛନ୍ତି । ଭାରତ ତରଫରୁ ଜସପ୍ରିତ ବୁମରାହ ଏହି ମ୍ୟାଚରେ ଅଧିନାୟକ ଅଛନ୍ତି । ରୋହିତ ଶର୍ମା ଏହି ମୁକାବିଲାରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ଥରେ ଭାରତ ପ୍ରଥମ ଟେଷ୍ଟ ୨୯୫ ରନରେ ମ୍ୟାଚ୍ ଜିତିଥିଲା । ପରେ ଏଡିଲେଡ ଟେଷ୍ଟ ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ଜିତିଥିଲା । ଏହା ପରେ ବ୍ରିସବେନ ଟେଷ୍ଟ ଡ୍ର୍ ରହିଥିଲା । ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ୧୮୪ ରନରେ ଦମଦାର ବିଜୟ ହାସଲ କରିଥିଲା ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories