www.samajalive.in
Sunday, December 14, 2025
17.1 C
Bhubaneswar

୧୮ ଜିଲାରେ ଚାଲିଛି ଧାନକିଣା, ଖୁବ୍‌ଶୀଘ୍ର ଅନ୍ୟ ଜିଲାରେ ହେବ ଆରମ୍ଭ

ଭୁବନେଶ୍ବର : ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ତ୍ବରାନ୍ୱିତ କରାଯାଇଛି। ବର୍ତ୍ତମାନ ବରଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ସମେତ ୧୮ଟି ଜିଲାରେ ଧାନକିଣା ପ୍ରକ୍ରିୟା ଚାଲିଛି।

ଖୁବ୍‌ଶୀଘ୍ର ଅନ୍ୟ ଜିଲା ଗୁଡିକରେ ଧାନକିଣା ଆରମ୍ଭ କରାଯିବ। ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏତଦ୍‌ବ୍ୟତୀତ ପଞ୍ଜିକୃତ ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ଦିଆଯାଉଛି। ବର୍ତ୍ତମାନ ଉପରୋକ୍ତ ଜିଲା ଗୁଡ଼ିକରେ ୧୫୯୧ଟି ମଣ୍ଡିରେ ଧାନକିଣା ଜାରି ରହିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ଧାନକିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ଯାଞ୍ଚ କରୁଛନ୍ତି।

- Advertisement -

ବାହାର ରାଜ୍ୟର ଧାନ ଗାଡ଼ି ଏବଂ ଧାନ କିଣା ସମୟରେ ଆବଶ୍ୟକତା ଠାରୁ ଅଧିକ ଧାନ ରଖୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏଥିନିମନ୍ତେ ଏହିସବୁ ଜିଲାରେ ୧୯୦ ଏନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି। ଏଭଳି ଘଟଣା ଜଣାପଡ଼ିବା ପରେ ତ୍ବରିତ ପଦକ୍ଷେପ ନିଆଯାଉଛି। ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନ୍‌ପୁଟ ସହାୟତା ପ୍ରଦାନ କରାଯାଉଛି।

ଏଥିନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଥିବା କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories