www.samajalive.in
Tuesday, December 9, 2025
26.1 C
Bhubaneswar

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁନାହାନ୍ତି ଲୋକେ

କୋଇଡ଼ା: ବରସୁଆଁ ରେଞ୍ଜ ବନ୍ଦଲ ଗାଁ ନିକଟ ଜଙ୍ଗଲରେ ଅଘଟଣ। କାମ ସାରି ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଜଙ୍ଗଲ ରାସ୍ତା ପାର ହେଲାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ। ମୃତକ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ। କ୍ଷତିପୂରଣ ଦାବିରେ ମୃତଦେହ ଛାଡୁନାହାନ୍ତି ଲୋକେ।
ମିଳିଥିବା ସୂଚନା ଅନୁଯାୟୀ ବିଠଲ ଗତକାଲି ନିଜର ଜଣେ ସାଥିଙ୍କ ସହ ରେଙ୍ଗମା ଗାଁକୁ ଯାଇଥିଲେ। ସେଠାରୁ କାମ ସାରି ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ ଏବଂ ଦନ୍ତା ତାଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ି ମାରିଦେଇଥିଲା।

ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀ ଜଙ୍ଗଲରେ ପହଞ୍ଚିଥିଲେ। ଉକ୍ତ ଦନ୍ତା ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇଛି। ଏହି ଦାନ୍ତ ଆକ୍ରମଣରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ତେଣୁ ତୁରନ୍ତ ବିଠଲଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର ଦାବି କରିଛନ୍ତି ଗ୍ରାମବାସୀ । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେନି ବୋଲି ନିଜ ଜିଦ୍‌ରେ ଗ୍ରାମବାସୀ ଅଡ଼ି ରହିଛନ୍ତି।

- Advertisement -

 

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories