www.samajalive.in
Monday, December 15, 2025
27.1 C
Bhubaneswar

ବାଇକ ଦୁର୍ଘଟଣାରେ ବାଇକଳା ଏଡିଇଓ ଗୁରୁତର

ପାଟଣା : ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଅନ୍ତର୍ଗତ ସରାସକୋଲା ଗ୍ରାମ ନିବାସୀ ତଥା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତରେ ଏଡିଇଓ ଭାବେ କାର୍ଯ୍ୟରତ ପ୍ରଣବ କୁମାର ପଲେଇ ବାଇକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଜ ଗ୍ରାମ ସରାସକୋଲାକୁ ଫେରୁଥିବାବେଳେ ଗୁଳୁଦିପଶି ରାଇସ ମିଲ ବୁଲାଣି ନିକଟରେ ଭାରସାମ୍ୟ ହରାଇ ସେ ବାଇକରୁ ଖସିପଡିଥିଲେ। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories