www.samajalive.in
Monday, December 15, 2025
14.1 C
Bhubaneswar

ଚରିତ୍ର ସନ୍ଦେହରେ ପତ୍ନୀକୁ ହତ୍ୟା, ସ୍ୱାମୀ ଗିରଫ

କେନ୍ଦୁଝରଗଡ଼଼: ଚରିତ୍ରକୁ ସନ୍ଦେହ କରି ପତ୍ନୀ ଛାତିରେ ସ୍ୱାମୀ ତୀର ବିଦ୍ଧ କରି ଅତିଅମାନୁଷିକ ଭାବେ ହତ୍ୟା କରିବା ଘଟଣା ସମଗ୍ର ଜିଲାରେ ଚହଳ ଖେଳାଇ ଦେଇଛି। ବାମେବାରୀ ଥାନା ଅଧିନ ହାଣ୍ଡିଭଙ୍ଗା ଗ୍ରାମର ଦସର ମୁଣ୍ଡା (୫୦) ଓ ସ୍ତ୍ରୀ ଚିନି ମୁଣ୍ଡା (୪୩)ର ଚରିତ୍ରକୁ ସନ୍ଦେହ କରି ବୁଧବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝଗଡ଼ା ଲାଗିଥିଲା।

ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସ୍ୱାମୀକୁ ଛାଡି ଅଲଗା ରହିବାକୁ କହିଥିଲା ସ୍ତ୍ରୀ ଚିନି ମୁଣ୍ଡା। ବିଳମ୍ବିତ ରାତି ପ୍ରାୟ ୨ଟାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଚରମସୀମାରେ ପହଞ୍ଚି ଦସର ଧନୁ ତୀର ସାହାର୍ଯ୍ୟରେ ପତ୍ନୀ ଚିନିର ଛାତିକୁ ତୀରବିଦ୍ଧ କରି ହତ୍ୟା କରିବାକୁ ପଛାଇନଥିଲା।

- Advertisement -

ଏହି ଘଟଣା ଜଣାପଡ଼ିବା ପରେ ଚିନିକୁ ଗୁରୁବାର ସକାଳେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ରିପୋର୍ଟକୁ ଆଧାରକୁ ବାମେବାରୀ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦସରକୁ ଗୁରୁବାର ଅପରାହ୍ନରେ ଗିରଫ କରି ଅଧିକ ପଚରାଉଚୁରା ଜାରି ରଖିଛି।

ଏହି ଘଟଣାରେ ପୁଲିସ ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିବା ସହ ମୃତ ଚିନିର ଶବକୁ ବ୍ୟବଛେଦ କରି ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଦସରକୁ ଗିରଫ ପରେ ଅଧିକ ପଚରାଉଚୁରା ଜାରି ରହିଥିବାରୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଗୁରୁବାର ସନ୍ଧ୍ୟାରେ ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories