www.samajalive.in
Monday, December 15, 2025
26.1 C
Bhubaneswar

ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ନିଲାମ ନେଲା ରାଧାରାଣୀ ଏସଏଚଜି

ପାଟଣା: କେନ୍ଦୁଝର ଜିଲ୍ଲା ପାର୍ଶ୍ଵ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ, ପରିଚାଳନା ଓ ଶୁଳ୍କ ଆଦାୟ ପାଇଁ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ଘାଟବାଲିଯୋଡି ଗ୍ରାମର ରାଧାରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ୩ ବର୍ଷ ଅବଧି ପାଇଁ ନିଲାମ ନେଇଛି। ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ନିଲାମ ସଂକ୍ରାନ୍ତୀୟ ପ୍ରମାଣପତ୍ର ଏହି ଏସଏଚଜି କର୍ମକର୍ତ୍ତାଙ୍କୁ ପ୍ରଦାନ କରିଛନ୍ତି। ନିଲାମୀରେ ଏହି ଏସଏଚଜି ସର୍ବାଧିକ ୨୩ ଲକ୍ଷ ଟଙ୍କାରେ ନେଇଛି। ଚୁକ୍ତି ଅନୁଯାୟୀ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀ, ଡୁମୁରିଆ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ସାଂସଦ, ବିଧାୟକ, ରାଜ୍ୟ ମନ୍ତ୍ରୀ, ବିଭିନ୍ନ ଉଚ୍ଚ ସ୍ତରୀୟ ସରକାରୀ ଅଧିକାରୀ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୁଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି। ସୁଚନା ଅନୁଯାୟୀ ଭୀମକୁଣ୍ଡ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ ୬ ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ୧୦ ଟଙ୍କା, ଭୋଜି ପିଣ୍ଡି ପାଇଁ ୧୫୦ ଟଙ୍କା, ସାଇକେଲ ପାଇଁ ୧୦ ଟଙ୍କା, ବାଇକ ପାଇଁ ୨୦ ଟଙ୍କା, ତିନି ଚକିଆ ପାଇଁ ୩୦ ଟଙ୍କା, ୪ଚକିଆ ଯାନ ପାଇଁ ୪୦ ଟଙ୍କା, ବସ ପାଇଁ ୧ଶହ ଟଙ୍କା, ଛୋଟ ଦୋକାନ ପାଇଁ ୨୦ ଟଙ୍କା, ବଡ ଦୋକାନ ପାଇଁ ୩୦ ଟଙ୍କା ଓ ଶୌଚାଳୟ ବ୍ୟବହାର ପାଇଁ ଜଣପିଛା ୫ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରାଯିବା ପାଇଁ ସ୍ଥିର ହୋଇଥିବା ବିଡିଓ ମାସନ କୁମାର ଦଣ୍ଡପାଟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories