www.samajalive.in
Monday, December 15, 2025
16.1 C
Bhubaneswar

ଚିନ୍ମୟ ଦାସଙ୍କୁ ଝଟ୍‌କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଦେଶଦ୍ରୋହ ଅଭିଯୋଗରେ ଢାକା ପୁଲିସ ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି। ବାଂଲାଦେଶର ଚଟ୍ଟୋଗ୍ରାମର ଏକ ଅଦାଲତ ଗୁରୁବାର ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। ଢାକାରୁ ଚଟ୍ଟୋଗ୍ରାମ ଯାଇଥିବା ସୁପ୍ରିମ୍‌କୋର୍ଟର ୧୧ ଜଣିଆ ଓକିଲ ଦଳ ଜାମିନ ଆବେଦନକୁ ନେଇ ପ୍ରାୟ ୩୦ ମିନିଟ୍‌ ଧରି ଯୁକ୍ତି ବାଢ଼ିଥିଲେ। ୩୦ ମିନିଟ୍‌ର ଯୁକ୍ତି ପରେ ମେଟ୍ରୋପଲିଟାନ୍ ସେସନ୍ସ ଜଜ୍ ଚିନ୍ମୟ ଦାସଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି। ଦ୍ଵିତୀୟ ଥର ପାଇଁ ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ସୂଚନାଯୋଗ୍ୟ, ଦେଶଦ୍ରୋହ ଅଭିଯୋଗରେ ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ନଭେମ୍ବର ୨୫ ତାରିଖରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବର ହିନ୍ଦୁମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

- Advertisement -

 

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories