ରାୟୁଡୁଙ୍କୁ ବୋଲିଂରୁ ବାସନ୍ଦ କଲା ଆଇସିସି
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତୀୟ ଡାହାଣହାତୀ ଅଫ୍ସ୍ପିନର ଅମ୍ବାତି ରାୟୁଡୁଙ୍କୁ ବୋଲିଂ କରିବାରୁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ସୂଚନାଥାଉକି ଗତ ୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳୁଥିବା ବେଳେ ରାୟୁଡୁଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଥିଲା। ଆପତ୍ତି ହେବାର ୧୪ ଦିନ ମଧ୍ୟରେ ରାୟୁଡୁ ନିଜ ବୋଲିଂ ଶୈଳୀର ପରୀକ୍ଷା ଦେଇଥାନ୍ତେ। ତେବେ ରାୟୁଡୁ ଏପର୍ଯ୍ୟନ୍ତ ପରୀକ୍ଷା ଦେଇନଥିବାରୁ ତାଙ୍କୁ ଆଇସିସିର ଧାରା ୪.୨ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚ୍ରେ ବୋଲିଂ କରିବାରୁ ବାସନ୍ଦ କରାଯାଇଥିବା ଜଣାପଡ଼ିଛି। ନିଜ ବୋଲିଂ ଶୈଳୀର ପରୀକ୍ଷା ଦେବା ସହ ଆଇସିସିଠାରୁ କ୍ଲିନ୍ଚିଟ୍ ନ ପାଇବା ପର୍ଯ୍ୟନ୍ତ ରାୟୁଡୁ ଅନ୍ତର୍ଜାତୀୟ ମ୍ୟାଚ୍ରେ ବୋଲିଂ କରିପାରିବେ ନାହିଁ। ତେବେ ଆଇସିସିର ଧାରା ୧୧.୫ ଅନୁଯାୟୀ ବିସିସିଆଇ ଚାହିଁଲେ ରାୟୁଡୁଙ୍କୁ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିପାରିବାର ସୁଯୋଗ ଦେଇପାରିବ। ରାୟୁଡୁ ଭାରତ ତରଫରୁ ୫୦ଟି ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ ମାତ୍ର ୯ଟି ମ୍ୟାଚ୍ରେ ବୋଲିଂ କରିଥିଲେ। ସେହିପରି ସେ ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିବା ବେଳେ କୌଣସି ମ୍ୟାଚ୍େର ବୋଲିଂ କରିନାହାନ୍ତି।