www.samajalive.in
Sunday, December 14, 2025
17.1 C
Bhubaneswar

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ବଦଳିଲେ ୨୦ ଓଏଏସ

ଧାମରା: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦେଶକ୍ରମେ ରାଜ୍ୟରେ ୨୦ଜଣ ଓଏଏସଙ୍କୁ ବଦଳି କରାଯାଇଛି। ନୂତନ ବର୍ଷ ଆରମ୍ଭରେ ଏହାକୁ ଲାଗୁ କରାଯାଇଛି। ବିଭାଗର ଚିଠି ଅନୁଯାୟୀ, ଯାଜପୁର(ଦଶରଥପୁର) ବିଡିଓ ବିକ୍ରମ କିଶୋର ପରିଡ଼ାଙ୍କୁ ନିଳଗିରୀ, ବଣେଇ ସବକଲେକ୍ଟର ଶୋଭନ ଶ୍ରୀତମ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରକୁ ବଦଳି କରାଯାଇଛି। ଯାଜପୁର ଡେପୁଟି କଲେକ୍ଟର ରଶ୍ମିରଞ୍ଜନ ମଲିକଙ୍କୁ ଭଦ୍ରକ, ରାୟଗଡ଼ା ଡେପୁଟି କଲେକ୍ଟର ଚିନ୍ମୟ ମହାନନ୍ଦ ସୋନପୁର ଉଲୁଣ୍ଡା ବ୍ଲକକୁ, ଜଗତସିଂହପୁର(ବାଲିକୁଦା) ତହସିଲଦାର ଆଲୋକ କୁମାର ସେଠୀ କେନ୍ଦ୍ରାପଡ଼ା ଗରଦପୁରକୁ ବଦଳି ହୋଇଛନ୍ତି। ଶୁଭ ଦତ୍ରେୟ ବାହିନୀପତିଙ୍କୁ କନ୍ଧମାଳ ଖଜୁରୀପଡ଼ା, କେଉଁଝର ଆନ୍ଦପୁରଠାରେ ଥିବା ତହସିଲଦାର ସଂଗ୍ରାମ କେଶରୀ ଭୋଇଙ୍କୁ କଟକ(ବାଙ୍କି), ବରଗଡ଼ ଗାଇସିଲଟ ତହସିଲଦାର ତିତାସ ମହାନନ୍ଦିଆଙ୍କୁ ଆଠମଲିକ, କନ୍ଧମାଳ ଡେପୁଟି କଲେକ୍ଟର ରାଜେନ୍ଦ୍ର ନାରାୟଣ ସେନାପତିଙ୍କୁ ରେଢାଖୋଲକୁ, କୋଏଡା ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କୁ ଝାରସୁଗୁଡା, ମାଲକାନଗିରି ଡେପୁଟି କଲେକ୍ଟର ପ୍ରଳୟନନ୍ଦ ଶତପଥିଙ୍କୁ କଟକ ନରସିଂହପୁର, ଗୋପ(ପୁରୀ)ଠାରେ ଥିବା ତହସିଲଦାର ରଞ୍ଜନ କୁମାର ପରିଡ଼ାଙ୍କୁ ହାଟଡିହି(କେଉଁଝର)କୁ ବଦଳି କରାଯାଇଛି। ସେହିପରି ଭଦ୍ରକ ଡେପୁଟି କଲେକ୍ଟର ଖଗେଶ୍ୱର ବରାଳଙ୍କୁ ଘଟଗାଁ(କେଉଁଝର), ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହନ୍ତଙ୍କୁ ଆନନ୍ଦପୁର(କେଉଁଝର), ଗଞ୍ଜାମ କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କୁ ଚାନ୍ଦବାଲି(ଭଦ୍ରକ), ଚାନ୍ଦବାଲି ବିଡିଓ ଅସିତ କୁମାର ମହାନ୍ତିଙ୍କୁ ବରୀ (ଯାଜପୁର), ସୋନେପୁର (ବିନିକା)ର ପୂର୍ବତନ ବିଡିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ଭଟଲି(ବରଗଡ଼), ଭଟଲି ବିଡିଓ ସରୋଜ ବେହେରାଙ୍କୁ ରାଜବୋରସମ୍ବର(ବରଗଡ଼), ଆନନ୍ଦପୁର ବିଡିଓ ଜୋଗରଞ୍ଜନ ନାୟକଙ୍କୁ ଗଣିଆ (ନୟାଗଡ଼) ଏବଂ ଘଟଗାଁଠାରେ ଥିବା ବିଡିଓ ଭାଗବତ ପ୍ରଶାଦ ମହାପାତ୍ରଙ୍କୁ ତିରିଙ୍ଗ(ମୟୁରଭଞ୍ଜ)କୁ ବଦଳି କରାଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories