www.samajalive.in
Friday, December 12, 2025
26.1 C
Bhubaneswar

ଆସନ୍ତାକାଲି ଓଡିଶାକୁ ଆସିବ ଡବଲ୍‌ ଡେକର୍‌ ବସ୍

ଭୁବନେଶ୍ଵର: ଗୁରୁବାର ଭୁବନେଶ୍ଵରରେ ପହଞ୍ଚିବ ଇଲେଟ୍ରିକ୍ ଡବଲ ଡେକର ବସ୍। କାଲି ଭୁବନେଶ୍ଵରରେ ପ୍ରଥମେ ଦୁଇଟି ଗାଡି ପହଞ୍ଚିବ ଏବଂ ପରେ ଆଉ ଦୁଇଟି ବସ୍ ମୁମ୍ବାଇରୁ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଆସିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବନାହିଁ। ଏହା ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥି ମାନଙ୍କ ପାଇଁ ବ୍ୟବହାର ହେବ । ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡିଶାର କଳା ସଂସ୍କୃତିର ଛାପ ରହିଛି। ବସ୍‌ରେ କୋଣାର୍କ ଚକ , ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତୀର ଛାପ ଦେଖିବାକୁ ମିଳିବ। ଏହି ବସ୍ କଟକ-ଭୁବନେଶ୍ଵର-ପୁରୀରେ ଚଳାଚଳ କରିବ। ମୁମ୍ବାଇର ଏକ ସଂସ୍ଥ୍ୟ ଏହି ବସ୍‌ ତିଆରି କରୁଛି। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଡବଲ ଡେକର୍ ବସ୍ ପହଞ୍ଚିବ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories