www.samajalive.in
Saturday, December 13, 2025
23.1 C
Bhubaneswar

ରାହୁଲଙ୍କ ନିର୍ବାଚନ ପ୍ରତିଶ୍ରୁତି: କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କୁ ନିଶ୍ଚିତ ରୋଜଗାର ସୁବିଧା

ରାୟପୁର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବଡ ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ରାହୁଲ ଘୋଷଣା କରିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ସୁବିଧା ଯୋଗାଇ ଦିଆଯିବ। ଦେଶରେ କେହି ଭୋକିଲା ରହିବେ ନାହିଁ କି କେହି ଗରିବ ରହିବେ ନାହିଁ। ରାୟପୁରରେ ଆୟୋଜିତ ‘କିଷାନ ଆଭାର ସମ୍ମିଳନୀ’ରେ ଯୋଗଦେଇ ରାହୁଲ ଏହି ପ୍ରତିଶ୍ରୁତି ଦେଇଛନ୍ତି। ୧୯୬୦ ସବୁଜ ବିପ୍ଳବ କଥା ମନେ ପକାଇ ରାହୁଲ କହିଛନ୍ତି ଯେ କଂଗ୍ରେସ ଅତୀତରେ ଅନେକ ଐତିହାସିକ ପଦକ୍ଷେପ ନେଇଛି। ତେଣୁ ୨୦୧୯ରେ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଫେରିଲେ ଆଉ ଏକ ଐତିହାସିକ ପଦକ୍ଷେପ ନେବ। ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ବିଜେପି ଦୁଇଟି ପ୍ରକାର ଭାରତ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଗୋଟିଏ ଭାରତ ରାଫେଲ ଦୁର୍ନୀତି, ଅନିଲ ଅମ୍ବାନୀ, ନିରବ ମୋଦୀ, ବିଜୟ ମାଲ୍ୟା, ମେହୁଲ ଚୋକସିଙ୍କ ପାଇଁ ଅନ୍ୟ ଭାରତ ଗରିବ କୃଷକଙ୍କ ପାଇଁ। ସମ୍ମିଳନୀରେ ରାହୁଲ କୃଷକମାନଙ୍କୁ ଋଣଛାଡ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆ ଉପସ୍ଥିତ ରହିଥିଲେ। ଦୀର୍ଘ ୧୫ବର୍ଷ ପରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିଥିବାବେଳେ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories