www.samajalive.in
Monday, December 15, 2025
16.1 C
Bhubaneswar

ଏମିତି ୨୦୨୪କୁ ବିଦାୟ ଦେଉଥିଲେ ଯୁବକ, ଭିଡିଓ ଦେଖି ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଲାଇକ୍ ପାଇବା ପାଇଁ ଯୁବପିଢି ଅଜବ କାରନାମା କରୁଥିବା ଦେଖିବାକୁ ମିଳୁଛି । ଉତ୍ତର ପ୍ରଦେଶରେ ଜଣେ ଯୁବକ ଫତେହପୁରରେ ଜାତୀୟ ରାଜପଥ ୨ରେ ରାସ୍ତାରେ ନିଆଁ ଲଗାଇଦେଇଛନ୍ତି । ଯୁବକଙ୍କ ନାଁ ଶେଖ ବିଲାଲ । ସେ ରାସ୍ତାରେ ‘୨୦୨୪’ ଲେଖି ପେଟ୍ରୋଲ ପକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାକୁ ଇନଷ୍ଟାଗ୍ରାମରେ ରିଲ୍ କରି ପୋଷ୍ଟ କରିଥିଲେ ।

- Advertisement -

ଶେଖ୍ ବିଲାଲ ନିଜ ଥାର୍ ଗାଡି ଆଗରେ ଠିଆ ହୋଇ ରାସ୍ତାରେ ନିଆଁ ଲଗାଇ ପୋଷ୍ଟ କରିଥିଲେ । ତେବେ ଏହା ଭାଇରାଲ ହେବା ପରେ ଲୋକଙ୍କୁ ଆକର୍ଷିତ କରିଥିଲା । ତେବେ ଫତେହପୁର ପୁଲିସ ମଧ୍ୟ ଏହାକୁ ଦେଖିଥିଲା । ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ତାଙ୍କୁ ଗିରଫ କରାଯାଇଛି । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଲାଇକ୍ ପାଇବା ପାଇଁ ଏମିତି ଅଜବ କାରନାମା କରି ଅନେକ ଯୁବକ ଗିରଫ ହୋଇଥିବା ନଜିର ରହିଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories