www.samajalive.in
Saturday, December 6, 2025
15.1 C
Bhubaneswar

ଆସନ୍ତା ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ

ଭୁବନେଶ୍ଵର: ନୂଆବର୍ଷରେ ଆହୁରି ସୁଲଭ ହେବ ସ୍ଵାସ୍ଥ୍ୟସେବା । ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ପ୍ରାୟ ସାଢେ ୩ କୋଟି ଜନତାଙ୍କୁ ଏହି କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡିଶାର ୧ କୋଟି ପରିବାର ଏହି ଯୋଜନାର ଲାଭ ପାଇପାରିବେ। କେହି ଉପଯୁକ୍ତ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ , ସେ ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମନ୍ତ୍ରୀ। ଏହି ଯୋଜନା ଲାଗୁ ହେବା ପରେ ଓଡିଶାର କୌଣସି ବି କାର୍ଡଧାରୀ ଦେଶରେ ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories