www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୩-୨୪ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ

ଡେସ୍କ: ୨୦୨୩-୨୪ ବର୍ଷରେ ଭାରତରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ୨୦୨୩-୨୪ ବର୍ଷରେ ସର୍ବଭାରତୀୟ କୋଇଲା ଉତ୍ପାଦନ ୯୯୭.୮୨୬ ନିୟୁତ ଟନ୍ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୯୩.୧୯୧ ନିୟୁତ ଟନ୍ ଥିଲା ଏବଂ ଏଥିରେ ପ୍ରାୟ ୧୧.୭୧ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଦେଶ ପ୍ରାୟ ୯୬୩.୧୧ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ କରିଛି।

‘ଆତ୍ମନିର୍ଭର ଭାରତ’ ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଘରୋଇ କଞ୍ଚା କୋକିଂ କୋଇଲା ଉତ୍ପାଦନ ୧୪୦ ମେଟ୍ରିକ୍ ଟନରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଘରୋଇ କଞ୍ଚା କୋକିଂ କୋଇଲା ଉତ୍ପାଦନ ୬୬.୮୨୧ ନିୟୁତ ଟନ୍ ଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories