www.samajalive.in
Saturday, December 13, 2025
26.1 C
Bhubaneswar

ଧାନର ଅଭାବୀ ବିକ୍ରି: ଖୋଲିନି ମଣ୍ଡି, ଗାଁ ଦାଣ୍ଡରେ ଦଲାଲ

ଭୁବନେଶ୍ୱର : ଲଗାଣ ବର୍ଷା ଫଳରେ ଧାନ ବିଲ ପାଣିରେ ବୁଡ଼ି ରହିଛି। ଗୁରୁବାରଠାରୁ ପାଗ ଶୁଖୁଲା ଥିବାରୁ ନିରାକାରପୁର ତଥା ଆଖପାଖ ଅଞ୍ଚଳର ବହୁଚାଷୀ ମେସିନରେ ଧାନ ଅମଳ କରି ଖୋଲା ଆକାଶ ତଳେ ଧାନ ବସ୍ତା ଜଗି ରହିଛନ୍ତି। ଚାଷୀ ଋଣ ଏବଂ କରଜ କରି ଧାନ ଅମଳ କରୁଥିବାବେଳେ ଚଳିତବର୍ଷ ସରକାରଙ୍କ ଉଚିତ୍‌ ମୁଲ୍ୟ ପାଇଥିଲେ ଋଣ ଶୁଝିଥାନ୍ତେ । ମାତ୍ର ବାରମ୍ବାର ଲଘୁଚାପ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। କ୍ଷେତରେ ଧାନ ଖରା, ବର୍ଷା ଖାଇ ଗଜା ହେବାକୁ ବସିଥିବାବେଳେ ପଶ୍ଚିମା ଝଡ଼ବର୍ଷା ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ମଣ୍ଡି ଖୋଲିବାରେ ବିଳମ୍ବ, ଯୋଗୁଁ କ୍ଷୁଦ୍ର ଓ ମାଧ୍ଯମ ବର୍ଗର ଚାଷୀ ଦଲାଲଙ୍କ ଶିକାର ହୋଇ ଧାନ ବିଲରେ ମପେଇ ଦେଉଛନ୍ତି।

ଜଙ୍କିଆ, ନିରାକାରପୁର ଅଞ୍ଚଳରେ ପ୍ରାୟ ୬୦ଭାଗ ଜମିରୁ ଧାନ କଟା ସରିଥିବାବେଳେ ସେଥ୍‌ମଧ୍ୟରୁ ୪୦ଭାଗ ଧାନ ମେସିନରେ ଅମଳ ସରିଲାଣି। ଆଗକୁ ବର୍ଷା ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ପରିସ୍ଥିତିର ସୁଯୋଗ ନେଇ ବେପାରୀ ଏବଂ ମିଲର୍ସ ଚାଷୀଙ୍କଠାରୁ କ୍ଷେତରୁ କମ୍ ମୂଲ୍ୟରେ ଧାନ କିଣି ନେଉଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ କାଳେ ପୁଣି ବର୍ଷା ହେବ, ଗଜା ଭିଜା ଧାନ ସରକାର ନ କିଣିବେ, ଏଭଳି କଥାକୁ ନେଇ ଚାଷୀ ବେପାରୀଙ୍କୁ ମପେଇ ଦେଉଥିବା ଦେଖାଦେଇଛି। ଚଳିତ ବର୍ଷ ଧାନ ଅମଳ ପରେ ସରକାରୀ ମଣ୍ଡିରେ ସ୍ଥିରୀକୃତ ଧାର୍ଯ୍ୟ ଦରରେ ଚାଷ ପାଇଁ ଧାର କରଜ କରିଥିବା ଟଙ୍କା ସୁଝିଦେବେ ବୋଲି ଚାଷୀ ଭାବିଥିଲେ । କିନ୍ତୁ ମଣ୍ଡି ଖୋଲିବାରେ ବିଳମ୍ବ, ଓ ଲଗାଣ ବର୍ଷା ଯୋଗୁଁ ଚାଷୀ ବାଧ୍ୟ ହୋଇ ଧାନ ଦ୍ବିଣ୍ଟାଲ ପ୍ରତି ୧୮୫୦ରୁ ୨୦୦୦ ଦରରେ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି । ଏପରିକି ଦଲାଲମାନେ ଆସି କ୍ଷେତରୁ ଧାନ ନେଇ ବାହାର ବେପାରୀଙ୍କୁ ଚଢ଼ା ଦରରେ ବିକ୍ରି କରି ମାଲାମାଲ୍ ହେଉଛନ୍ତି। ଖୋଦ୍ଧା ଜିଲାରେ ଡିସେମ୍ବର ୩୧ରେ ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି।

- Advertisement -

ମଣ୍ଡି ଖୋଲିବାର ୧୫ଦିନ ପୂର୍ବରୁ ଚାଷୀଙ୍କ ଟୋକନ ପାଇଁ ମୋବାଇଲରେ ସୂଚନା ମିଳିବା କ‌ଥା, ହେଲେ ଏପର୍ଯ୍ୟନ୍ତ ନିରାକାରପୁର ଅଞ୍ଚଳର ଜଣକୁ ମଧ୍ୟ ମୋବାଇଲ୍‌ରେ ସୂଚନା ଦିଆଯାଇ ନାହିଁ। ଏଭଳିସ୍ଥଳେ ଅଧିକାଂଶ ଚାଷା ବାହାର ବେପାରୀ ଏବଂ ମିଲର୍ସଙ୍କୁ ଧାନ ବିକ୍ରି କରୁଛନ୍ତି। ବର୍ଷା, ଶୀତ, କାକରରେ ଚାଷୀ ବର୍ଷକର ଅମଳ ଧାନକୁ ଏବେ ଖଳାକୁ ନେଇ କୌଣସି ସୁରକ୍ଷିତ ସ୍ଥାନରେ ରଖିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ସୋସାଇଟି ଗୋଦାମ ଗୃହ ଶୀଘ୍ର ଖୋଲି ଚାଷୀଙ୍କ ଧାନ କିଣିବା ପାଇଁ ଚାଷୀମାନେ ଦାବି କରିଛନ୍ତି

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories