www.samajalive.in
Monday, December 15, 2025
17.1 C
Bhubaneswar

ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଜିଓର ଝଟକା, ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଆଣିଲା ପରିବର୍ତ୍ତନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ଟେଲିକମ କମ୍ପାନୀ ଜିଓ ଏହାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ପରିବର୍ତ୍ତନ ଆଣିଛି। ନୂଆବର୍ଷରେ କିଛି ନୂଆ ଭେଟି ଦେବା ବଦଳରେ ଜିଓ କିଛି ପ୍ଲାନରେ ବଦଳ କରିଥିବାରୁ ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ଜିଓର ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳିଥାଏ। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ଜିଓ ପକ୍ଷରୁ ତାହାକୁ ବଦଳାଇ ଦିଆଯାଇଛି। ଏଣିକି ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆଗଭଳି ମୂଳ ପ୍ଲାନର ବୈଧତା ମିଳିବ ନାହିଁ। ୧୯ ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ବୈଧତା ଉପଲବ୍ଧ ହେବ। ଯେଉଁଦିନ ରିଚାର୍ଜ କରାଯିବ ସେହିଦିନ ବୈଧତା ଶେଷ ହେବ। ସେହିପରି ୨୯ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ ଏହାର ବୈଧତା ୨ ଦିନ ରଖାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକଙ୍କୁ ଉକ୍ତ ଡାଟା ବ୍ୟବହାର କରିବାକୁ ପଡ଼ିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories