www.samajalive.in
Saturday, December 6, 2025
17.1 C
Bhubaneswar

ଦଇତାପତି ନିଯୋଗ ପାଇଁ ନିର୍ବାଚନ

ପୁରୀ : ଶ୍ରୀମନ୍ଦିରର ଦଇତାପତି ନିଯୋଗର ନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସଂପାଦକ, ସହ- ସଂପାଦକ ଓ କୋଷାଧ୍ୟକ୍ଷ ଚୟନ କରାଯିବ।
ଏହି ନିର୍ବାଚନ ପାଇଁ ମୋଟ ୩୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରେ ୮ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଅନ୍ୟ ୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା।
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରିଙ୍କ ମତ ଅନୁସାରେ ପ୍ରଥମ ଥର ପାଇଁ କୌଣସି ନିଯୋଗର ନିର୍ବାଚନ ହେଉଛି। ଭୋଟ ସରିବା ପରେ ଅପରାହ୍ନ ୪ଟାରେ ଫଳାଫଳ ପ୍ରକାଶ ପାଇବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories