www.samajalive.in
Tuesday, December 9, 2025
19.1 C
Bhubaneswar

ବିପର୍ଯ୍ୟୟ ମୁକାବିଲାରେ ଲୁଣା ଜଙ୍ଗଲ ଭରସା, ଉପକୂଳରେ ସୃଷ୍ଟିହେବ ୬୩୨ ହେକ୍ଟର ନୂଆ ଜଙ୍ଗଲ

ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲାରେ ଲୁଣା ଜଙ୍ଗଲକୁ ଭରସା କରିଛନ୍ତି ରା ରାଜ୍ୟ ସରକାର। ଆଗାମୀ ଦିନରେ ଉପକୂଳ ଜିଲାରେ ଅଧୂକ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପାଇଛି । ବିଶେଷ କରି ଉପକୂଳବର୍ତ୍ତୀ ୫ ଜିଲାରେ ୬୩୨ ହେକ୍ଟର ଜମିରେ ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୁଦ୍ର ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବାତ୍ୟା ‘ଦାନା’ ପ୍ରକୋପରୁ ଉପକୂଳକୁ ସୁରକ୍ଷା ଦେଇଥିଲା ଲୁଣା ଜଙ୍ଗଲ। ସେଥିପାଇଁ ୨୦୨୪-୨୫ରେ ୩୭୫ ହେକ୍ଟର ଜମିରେ ଚାରା ଲଗାଯାଇଛି। ୨୦୨୫-୨୬ରେ ୨୫୭ ହେକ୍ଟର ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାସହି ସହିତ ସମୁ କୂଳେ କୂଳେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବାକୁ ଯୋଜନା ଚାଲିଛି। ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଜିଲାର ଉପକୂଳରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆଗାମୀ ୩ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ସମୁଦ୍ର ଉପକୂଳରେ କେଉଁ ଅଞ୍ଚଳରେ କେତେ ପରିମାଣରେ ଜଙ୍ଗଲ ସୃଷ୍ଟି କରାଯିବ ତାହା ଉପରେ ପରିବେଶବିତ୍ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। ଆମ ବିଭାଗରେ ୨ ହଜାର ୫ କୋଟି ଟଙ୍କା ରହିଛି। । ଆବଶ୍ୟକ ହେଲେ ରାଜସ୍ବ ବିଭାଗ ଏବଂ ଏସ୍ ଏସ୍‌ଆର୍‌ସିଙ୍କ ସହାୟତା ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି।

- Advertisement -

ବାତ୍ୟା ‘ଦାନା’ କେନ୍ଦ୍ରାପ ପଡ଼ା ଉପକୂଳ ଭିତରକନିକା ହବାଳିଖଟି ସ୍ଥଳଭାଗ ଛୁଇଁଥିଲା । ସେଠାରେ ଥିବା ଘଞ୍ଚ ଞ୍ଚ ଲୁଣା ଜଙ୍ଗଲ ବାତ୍ୟା ମାଡ଼କୁ ପ୍ରତିହତ କରିଥିଲା। ଭିତରକନିକା ଭାରତର ଦ୍ଵିତୀୟ ଦ୍ଵିତୀୟ ସର୍ବବୃହତ । 99 ପ୍ରକାର ଲୁଣି ବୃକ୍ଷ ମଧ୍ଯରୁ ହେଉଛି ଲୁଣାଜଙ୍ଗଲ ଯେଉଁଠି ସାରା ରା ପୃଥ‌ିବୀ ମଧ୍ୟରୁ ୬୩ ପ୍ରକ ପ୍ରକାରର ବୃକ୍ଷ ଦୃଶ୍ୟମାନ ଉଛି । ହେନ୍ତାଳ, ବନୀଗୁଆଁ, ସୁନ୍ଦରୀ, କେରୁଆ ଆଦି ବୃକ୍ଷ ପରିଶୋଭିତ ଭିତରକନିକା ଜଙ୍ଗଲ ବାତ୍ୟା ନିରୋଧ ବଳୟ ଭାବରେ କାର୍ଯ୍ୟ କରୁଛି । ଏହା । ଏହା ଉପକୂଳ ସୁରକ୍ଷା କବଚ ପାଲଟିଛି। ଉପକୂଳ ଅଞ୍ଚଳରେ ରେ ଅଧିକ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories