www.samajalive.in
Tuesday, December 9, 2025
15.1 C
Bhubaneswar

କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ତିନି ଲକ୍ଷ କ୍ଷତିପୂରଣ ଦିଆଯାଉ

ପିପିଲି: ଲଘୁଚାପ ବର୍ଷାରେ ପିପିଲି ଓ ଡେଲାଙ୍ଗ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଗୁରୁବାର ଦିନ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଉଭୟ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତକରି କ୍ଷତିଗ୍ରସ୍ତ ଚାଷିଙ୍କୁ ଭେଟି ଆଲୋଚନା କରିଛନ୍ତି l ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ହେକ୍ଟର ପିଛା ତିନି ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି l ତ୍ୱରିତ ପଦକ୍ଷେପ ନେଇ କ୍ଷତିପୂରଣ ଦିଆନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି l ନିଶିକାନ୍ତଙ୍କ ସହ କଂଗ୍ରେସ ନେତା ଟୁଟୁ ପରିଡ଼ା, ବିଶ୍ବରଂଜନ ମିଶ୍ର, ପ୍ରଶାନ୍ତ ଜେନା, ସୂର୍ୟ ନାରାୟଣ ସାମନ୍ତରାୟ, ଜୟମନୁ ସାମନ୍ତରାୟ, ରଞ୍ଜିତ ମହାପାତ୍ର, ସୁରେନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ବେହେରା, ଭାସ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories