www.samajalive.in
Sunday, December 14, 2025
19.1 C
Bhubaneswar

କୋଣାର୍କ ଓ ଚନ୍ଦ୍ରଭାଗାରେ ୫୨ ସିସିଟିଭିରୁ ୪୫ ଅଚଳ

ଭୁବନେଶ୍ୱର :ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଏନ୍ ଏସି ପକ୍ଷରୁ ୫୨ଟି ସିସିଟିଭି ଲଗାଯାଇଥିଲା। ଏକ ଘରୋଇ ସଂସ୍ଥା ମାଧ୍ୟମରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହା ଲଗାଯିବାର ୬ ମାସ ନ ପୂରୁଣୁ ଏବେ ମାତ୍ର ୭ଟି ସିସିଟିଭି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ନଗର ଉନ୍ନୟନ ବିଭାଗ ସହାୟତାରେ ଏନ୍‌ଏସି ପକ୍ଷରୁ ନିଯୁକ୍ତ ଏକ ଘରୋଇ ଠିକା ସଂସ୍ଥା ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାର୍ଯ୍ୟ କରିଥିବାରୁ ଅଧିକାଂଶ ସିସିଟିଭି ଅଚଳ ହୋଇପଡ଼ିଥିବା ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ପର୍ଯ୍ୟଟନ ପ୍ରେମୀ ଓ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

କୋଣାର୍କ ଓ ଚନ୍ଦ୍ରଭାଗାର ବିଭିନ୍ନ ସ୍ଥାନରେ ଲାଗିଥିବା ୫୨ଟି ସିସିଟିଭି ମଧ୍ୟରୁ ୪୫ଟି ସିସିଟିଭି ଏବେ ଅଚଳ । ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଲାଗିଥିବା୯୦ ଭାଗ ସିସିଟିଭି କାମ କରୁନଥିବାରୁ ଚୋରି, ରାହାଜାନି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ରହିଛି । ବଡ଼ଦିନ ଓ ଇଂରାଜୀ ନବବର୍ଷରେ କୋଣାର୍କ ଓ ଚନ୍ଦ୍ରଭାଗାରେ ପର୍ଯ୍ୟଟକ ଓ ଜନସାଧାରଣଙ୍କ ଅସମ୍ଭାଳ ଭିଡ଼ହେବା ସମ୍ଭାବନା ରହିଛି। ନିମ୍ନମାନର ସିସିଟିଭି ଲଗାଯିବା ଯୋଗୁଁ ସେଗୁଡ଼ିକ ସଠିକ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ଏଥିପାଇଁ ଅଞ୍ଚଳର ଜନସାଧାରଣଙ୍କ ସମେତ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟ ଯେଉଁ ଲକ୍ଷ୍ୟନେଇ ଏନ୍ ଏସି ପ୍ରଶାସନ ପକ୍ଷରୁ କରାଯାଇଥିଲା ତାହା ସମ୍ପୂର୍ଣ୍ଣଭାବେ ଫେଲ୍ ମାରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସିସିଟିଭି କ୍ୟାମେରା କାମ କରୁନଥିବାରୁ କୋଣାର୍କ ଓ ଚନ୍ଦ୍ରଭାଗାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପାଇବାର ଆଶଙ୍କା ରହିଛି । ସିସିଟିଭି ଲଗାଇବା ନେଇ ଦାୟିତ୍ଵରେ ଥିବା ଘରୋଇ ସଂସ୍ଥା ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଖାମଖୁଆଲି ଓ ବେପରୁଆ ମନୋଭାବ ଯୋଗୁଁ ପର୍ଯ୍ୟଟକ ଓ ଜନସାଧାରଣଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

- Advertisement -

ସିସିଟିଭି କ୍ୟାମେରା ଲଗାଇଥିବା ଘରୋଇ ଠିକାସଂସ୍ଥା ବିରୋଧରେ ତଦନ୍ତ ସ‌ହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନ ସାଧାରଣଙ୍କ ପକ୍ଷରୁ ଭିଜିଲାନ୍ସ ତଦନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ନଗର ଉନ୍ନୟନ ସଚିବ, ଉନ୍ନୟନ ଆୟୂକ୍ତ ଓ ପୁରୀ ଜିଲାପାଳଙ୍କୁ ନିବେଦନ କରାଯାଇଛି। ପର୍ଯ୍ୟଟକ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ କାମ କରୁ ନ ଥିବା ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନେଇ ରାଜ୍ୟସରକାରଙ୍କ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ପର୍ଯ୍ୟଟକ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଏନ୍ଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବିଡିଓ ଛବିରାଣୀ ସାହୁ କହିଛନ୍ତି, ସେ ନୂତନଭାବେ ନିର୍ବାହୀ ଅଧିକାରୀ ଦାୟିତ୍ଵ ନେଇଛନ୍ତି। କେଉଁ ସଂସ୍ଥା ମାଧ୍ୟମରେ ସିସିଟିଭି ଲଗାଯାଇଛି ଓ କିପରି ସିସିଟିଭି କ୍ୟାମେରା ଗୁଡ଼ିକ ଅଚଳ ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories