ଲାଞ୍ଜିଗଡ଼: ଲାଞ୍ଜିଗଡ ଥାନା ଅନ୍ତର୍ଗତ ଗୁଲାମ ବନ୍ଧ ଛକ ନିକଟରେ ଦୁଇଗୋଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଏବଂ ଦୁଇଜଣ ଯୁବକ ଗୁରୁତର। ଲାଞ୍ଜିଗଡ ବିଡ଼ିଓ, ଉପାଧ୍ୟକ୍ଷ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଏବଂ ବିଡ଼ିଓଙ୍କ ଗାଡ଼ିରେ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଦେଖି ତିନି ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଣକର ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ ଲାଞ୍ଜିଗଡ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ ଗୁଲାମବନ୍ଧ ଛକଠାରୁ ପ୍ରାୟ ୩ ଶହ ମିଟର ପୂର୍ବରୁ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଯୁବକ ଗୁରୁତର ହୋଇଥିବା ବେଳେ ଦୁଇଗୋଟି ବାଇକ ଚୁରମାର ହୋଇଯାଇଛି।
Popular Categories



