www.samajalive.in
Sunday, December 14, 2025
14.1 C
Bhubaneswar

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ, ଅନୁପସ୍ଥିତ ରହିଲେ ସରପଞ୍ଚ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା କେସିଙ୍ଗା, ଥୁଆମୂଳ ରାମପୁର ବ୍ଲକ ପରେ ଏବେ ଲାଞ୍ଜିଗଡ ବ୍ଲକର ପାଳି ପଡିଛି। ଏହି କ୍ରମରେ ଆଜି ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଗୁପ୍ତ ମତଦାନ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବୈଦେହୀ ମାଝୀଙ୍କ ବିରୋଧରେ ପଞ୍ଚାୟତର ଦଶରୁ ଅଧିକ ୱାର୍ଡ ସଭ୍ୟ-ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ଉପଜିଲ୍ଲାପାଳ ଏହାକୁ ଗ୍ରହଣ କରି ନୋଟିସ ଜାରି କରିବା ସହିତ ଲାଞ୍ଜିଗଡ଼ ତହସିଲଦାରଙ୍କୁ କାଗଜାତ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଗଜପତ୍ର ତଦାରଖ ପରେ ଉପଜିଲ୍ଲାପାଳ ଆଜି ତାରିଖକୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଧାର୍ଯ୍ୟ କରିଥିଲେ। ଫଳରେ ନିର୍ଦ୍ଧାରିତ ଆଜି ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ନର୍ଲା ତହସିଲଦାର ବଳଦେବ ବେହେରା ଅନାସ୍ଥା ଭୋଟିଂ ପାଇଁ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ମତଦାନ କରାଇଥିଲେ।

ସେହିପରି ପରିସ୍ଥିତି ଉପରେ ନଜର ରଖିବାକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲାଞ୍ଜିଗଡ଼ ତହସିଲଦାର ଜ୍ଞାନଜିତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୀବ କୁମାର ଠାକୁର ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମରସିଂ ପୁଝାରୀ ସହଯୋଗ କରିଥିଲେ। ସେହିପରି ପୁଲିସ ଉପଖଣ୍ଡ ଅଧିକାରୀ ଲୋକନାଥ ସାହୁଙ୍କ ନେତୃତ୍ୱରେ ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀ, ଏସଆଇ କୃତ୍ତିବାସ ପୁଝାରୀ, ଏଏସଆଇ ମଳୟ ରଣା, ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବର, ହାବିଲଦାର ଏସ. ମହାପାତ୍ର, ପୁଲିସ କର୍ମୀ ଗୋକୁଳ ସାହୁଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ। ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ୱାର୍ଡ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ତେବେ ନିର୍ଦ୍ଧାରିତ ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଲୋଚନା ଓ ଗୁପ୍ତ ମତଦାନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ସରପଞ୍ଚ ଶ୍ରୀମତୀ ମାଝୀ ଓ କିଛି ୱାଡ଼ ସଭ୍ୟ ସଭ୍ୟା ଅନୁପସ୍ଥିତ ରହିଥିଲେ।

- Advertisement -

ସେହିପରି ଉପସ୍ଥିତ ନାଏବ ସରପଞ୍ଚ ଓ ୱାର୍ଡସଭ୍ୟ, ସଭ୍ୟାଙ୍କ ମଧ୍ୟରୁ ୮ଜଣ ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବରେ ଗୁପ୍ତ ମତଦାନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୂର୍ବରୁ ହାଇକୋର୍ଟର ଦ୍ବାରସ୍ଥ ହୋଇ ଅନାସ୍ଥାର ରହିତାଦେଶ ଆଣି ଉପ ଜିଲ୍ଲାପାଳଙ୍କୁ ଦେବା ସତ୍ତ୍ବେ ଅନାସ୍ଥା ମତଦାନ କରିବା ମାନ୍ୟବର କୋର୍ଟଙ୍କୁ ପ୍ରତି ପ୍ରଶାସନର ବେଖାତିରି ବୋଲି ସରପଞ୍ଚ ବୈଦେହୀ ମାଝୀ ଗଣମାଧ୍ୟମକୁ ଜଣାଇଛନ୍ତି । ଏହାକୁ ନେଇ ସେ ପୁନଃ ମାନ୍ୟବର କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି। ଏ ସଂପର୍କରେ ଉପ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ହୋଇପାରି ନଥିବା କାରଣରୁ ସରପଞ୍ଚଙ୍କ ଅଭିଯୋଗର ବାସ୍ତବତା ଜଣାପଡିନାହିଁ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories