ସନ୍ଧ୍ୟା ଥିଏଟର ଦଙ୍ଗା ମାମଲା – ପୁଲିସ ନିକଟରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ
ଡେସ୍କ: ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନ ସନ୍ଧ୍ୟା ଥିଏଟର ଦଙ୍ଗା ମାମଲାରେ ପଚରାଉଚରା ପାଇଁ ଆଜି ପୁଲିସ ନିକଟରେ ହାଜର ହୋଇଛନ୍ତି। ଗତକାଲି ଏକ ନୋଟିସ୍ ଜାରି ହେବା ପରେ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ରଦ୍ଦ ପାଇଁ ପୁଲିସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବିଚାର କରୁଛି ବୋଲି ଖବର ପ୍ରକାଶ ପାଇବା ପରେ ଏହି ସଦ୍ୟତମ ନୋଟିସ୍ ଆସିଛି।
ଅର୍ଜୁନଙ୍କୁ ଚଳିତ ମାସ ୧୩ ତାରିଖରେ ଗିରଫ କରାଯାଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। ତେବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ସେହିଦିନ ୪ ସପ୍ତାହର ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଥିଲେ।
Comments are closed.