www.samajalive.in
Sunday, December 14, 2025
15.1 C
Bhubaneswar

ଭିଭିତ୍ସା ୱାର୍ଲ୍ଡ ସ୍କୁଲର ନୂଆ ଲୋଗୋ ଉନ୍ମୋଚିତ 

ସମ୍ବଲପୁର : କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍‌)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ  କରାଯାଇଛି। ସମ୍ବଲପୁରରେ ଶିକ୍ଷାର ପୁନଃପରିକଳ୍ପନା ପାଇଁ ନିର୍ମିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ  ଉତ୍ସଗୀକୃତ ।

ଏହି ବିଦ୍ୟାଳୟ   ଏଜୁକେସନ୍ ୱାର୍ଲ୍ଡ ଦ୍ୱାରା ଭାରତର ୭ ନମ୍ବର ପ୍ରିସ୍କୁଲ ଭାବରେ ମାନ୍ୟତା ପାଇଛି । ୨୦୧୪ମସିହାରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କବ୍ସ ସମ୍ବଲପୁର, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା ଓ ରାୟପୁର ଭଳି ୫ଟି ସହରରେ  ନିଜର ଉପସ୍ଥିତି ଜାହିର କରିଛି ।

- Advertisement -

ଲୋଗ ଉନ୍ମୋଚନ ଅବସରରେ   ଭିଭିତ୍ସା ୱାର୍ଲ୍ଡ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଦେବଶ୍ରୀ ଦେବଜାନୀ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ, “ଆମର ସବୁଠାରୁ ଶକ୍ତିଶାଳୀ ସମର୍ଥକ ଥିବା ପିତାମାତାଙ୍କ ବିଶ୍ୱାସ ପାଇଁ କ୍ୟୁରିୟସ୍ କବ୍ସର ୧୦ ବର୍ଷ ପୂର୍ତି ପାଳନ କରିବା ଆମକୁ ଅତ୍ୟନ୍ତ ଗର୍ବ ଏବଂ କୃତଜ୍ଞତାରେ ଭରି ଦେଇଛି । ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଲୋଗୋ ଉନ୍ମୋଚନ ସହିତ, ଆମେ ଆମର ମିଶନକୁ ପରବର୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛୁ, ଏକ ପରିବେଶ ପ୍ରଦାନ କରୁଛୁ ଯେଉଁଠାରେ ପିଲାମାନେ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଆବିଷ୍କାର କରିପାରିବେ । ସମ୍ବଲପୁରରେ ଏହି ପରିବର୍ତନମୂଳକ ଧାରଣା ଆଣିବା ପାଇଁ ଆମେ ଆନନ୍ଦିତ ଏବଂ ପରବର୍ତୀ ପିଢ଼ିର ଲିଡରଙ୍କୁ ଗଢ଼ିତୋଳିବାକୁ ଅପେକ୍ଷା କରିଛୁ ।”

୧୬ ଏକର ପରିମିତ ପରିସରରେ ବିସ୍ତାରିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଅତ୍ୟାଧୁନିକ ଭିତିଭୂମି ସହ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରୁଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା, ରଚନାତ୍ମକ ଚିନ୍ତାଧାରା, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବିଦ୍ୟାଳୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

୨୦୧୪ରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କବ୍ସ ପ୍ରିସ୍କୁଲ୍ ଏକ ସମୃଦ୍ଧ ପ୍ରାରମ୍ଭିକ ଶୈଶବ ଶିକ୍ଷା ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ସ୍ୱୀକୃତିପ୍ରାପ୍ତ, ଏହା ଏକାଧିକ ସହରରେ କାର୍ଯ୍ୟ କରୁଛି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories