www.samajalive.in
Monday, December 15, 2025
24.1 C
Bhubaneswar

ଘରେ କେହି ନଥିବା ବେଳେ କଳା କନା ବୁଲାଇ ଦେଲେ ଚୋର, ତାଲା ଭାଙ୍ଗି ନେଇଗଲେ ସୁନା ଗହଣା ସହ ନଗଦ ଟଙ୍କା

ବାଲିଆପାଳ: ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୭ଲକ୍ଷରୁ ଊର୍ଦ୍ଧ ଟଙ୍କାର ସୂନା ଗହଣା, ଦେଢ ଲକ୍ଷ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଲେ ଦୁର୍ବୃତ୍ତ ମାନେ। ଏଭଳି ଘକଣା ଘଟିଛି ବାଲିଆପାଳ ଥାନା ଅର୍ନ୍ତଗତ ଅସ୍ତି ପଞ୍ଚାୟତ ପାରଦୀପା ଏବଂ ଅସ୍ତି ଗ୍ରାମରେ ।ଅସ୍ତି ଗ୍ରାମର ଦିନେଶ ଭୂୟାଁ ତାଙ୍କ ଶାଶୁ ଦେହ ଖରାପ ହୋଇଥିବାରୁ ଶଶୁର ଘରକୁ ଯାଇଥିଲେ। ଏହାର ସୁଯୋଗ ଦେଖି ଚୋରମାନେ ରାତି ଅଧରେ କେହି ନଥିବାର ସୁଯୋଗ ନେଇ ସବୁ କିଛି ଲୁଟିନେଲେ।

ଘରେ ଟଙ୍କାଟିଏ ବି ଛାଡ଼ି ନାହାନ୍ତି ଚୋର ।ଘରର ଆଗପଟ କବାଟ ଭାଙ୍ଗି ୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ସହ ରୂପା ଅଳଙ୍କାର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଦୀନେଶ ବାଲିଆପାଳ ପୋଲିସରେ ଅଭିଯୋଗ କରିଛନ୍ତି। ସେହିପରି ପାରଦୀପା ଗ୍ରାମର କାହ୍ନୁ ଚରଣ ପ୍ରଧାନଙ୍କ ଘରେ ସମସ୍ତେ ନିକଟରେ ଚାଲିଥିବା ଶିବାନୀ ଗଣନାଟ୍ୟ ଦେଖିବା ପାଇଁ ଯାଇଥିଲେ। ତାର ସୁଯୋଗ ନେଇ ଚୋର ମାନେ ତାଙ୍କ ଘରେ ମଧ୍ୟ କଳାକନା ବୋଇଲେ ଦେଇଥିବା ଜଣାପଡିଛି।

- Advertisement -

ସକାଳେ ଅପେରା ଦେଖି ଅସିଲା ପରେ ଘର ତାଲା ଭାଙ୍ଗା ଯାଇଥିବା ଦେଖିଥିଲେ ଘରଲୋକ। ତାଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ। ଉଭୟ ପରିବାରର ଲୋକେ ଘରେ ନଥିବା ବେଳେ ବିଳମ୍ବିତ ରାତିରେ ଗ୍ରୀଲର ତାଲା ଭାଙ୍ଗିବା ସହ ଗଡରେଜ ଏବଂ ବାକ୍ସ ଭାଙ୍ଗି ନଗଦ ଟଙ୍କା ଏବଂ ସୂନା ଗହଣା ଦୁର୍ବୁର୍ତ୍ତ ଲୁଟି ନେଇଥିବା ଜଣାପଡ଼ିଛି।ଚୋରି ଖବର ପାଇବା ପରେ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories