www.samajalive.in
Monday, December 15, 2025
16.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୬ ଆହତ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭୋଦପଶି ନିକଟରେ ବାଇକ୍ ଧକ୍କାରେ ୬ ଜଣ ଆହତ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ବାରିଆ ଥାନା ଅନ୍ତର୍ଗତ ବାଙ୍ଗୁରୀପଶି ଗ୍ରାମର ୩ ଜଣ ଯୁବକ ବଡପଶି ସାପ୍ତାହିକ ହାଟକୁ ପଲସର ବାଇକରେ ଆସିଥିଲେ। ହାଟରେ ନିଜର କାମ ସାରି ଘରକୁ ଫେରୁଥିଲେ । ଭୋଦପଶି ଗ୍ରାମର ସନ୍ତୋଷ ଦାସ ଙ୍କ ଦୁଇ ଝିଅ ଲିପ୍ସା ଦାସ (୧୭), କରିନା ଦାସ(୧୨) ଏବଂ ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସହିତ ଭୋଦପଶି ଛକ ଦୋକାନକୁ ସଉଦା ଆଣିବାକୁ ଯାଉଥିଲେ। ଏହି ସମୟରେ ବାଙ୍ଗୁରୀପଶି ଗ୍ରାମର ୩ ଜଣ ଯୁବକ ପଲସର ବାଇକରେ ଦ୍ରୁତ ବେଗରେ ଯାଇ ସେମାନଙ୍କୁ ଧକ୍କା ଦେଇଥିଲେ ଫଳରେ ପିଚୁ ରାସ୍ତା ଉପରେ କଚାଡି ହୋଇ ପଡି ଲହୁ ଲୁହାଣ ହୋଇଯାଇଥିଲେ। ଲିପ୍ସା ଓ କରିନା ମୁଣ୍ଡ ଫାଟି ଗୁରୁତ୍ବ ହୋଇଥିବା ଜଣାଯାଇଛି। ବାଇକ ଚାଳକ ମାନେ ମଧ୍ୟ ସେମାନଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ପିଚୁ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ ଫଳରେ ବାଇକ୍ ଚାଳକ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ବାଇକ ଚାଳକ ଜେ ଟି ମୁଣ୍ଡା ଗୁରୁତ୍ବ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ରେ ୬ ଜଣକୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ୬ ଜଣ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିବା ଜଣାଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories