ବୁଦା ଭିତରେ ଲୁଚି ଯାଉଛି ଟ୍ରାନ୍ସଫର୍ମର

ଚୌଦ୍ବାର: ଟାଙ୍ଗୀ ଚୌଦ୍ବାର ବ୍ଲକ ଅଞ୍ଚଳ ବିଭିନ୍ନ ସ୍ଥାନରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ଗୁଡିକ ଏବେ ବୁଦା ଭିତରେ ଲୁଚି ଯାଇଛି। ବୁଦା ଓ ଜଙ୍ଗଲିଆ ସ୍ଥାନରେ ଟ୍ରାନ୍ସଫରମର ଗୁଡିକ ରହିଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଚାଲିଛି। ଏହି ବଣବୁଦାରେ ଲୁଚି ରହିଥିବା ଟ୍ରାନ୍ସଫରମର ଯୋଗୁଁ ପୂର୍ବରୁ ୨ ଜୀବନ ଯାଇଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକାଧିକ ଗୃହ ପାଳିତ ପଶୁଙ୍କର ମଧ୍ୟ ପ୍ରତ୍ଯେକ ଦିନ ମୃତ୍ୟୁ ହେଉଛି।

ଟାଙ୍ଗୀ ଚୌଦ୍ଵାର ବ୍ଲକର ଅଙ୍ଗ ଦରାଢିଅ, ନଖରା, ବେଗୁନିଆଡି ବେଗୁନିଆଢିଅ, କରଞ୍ଜି, ଗରୁଡଗାଁ, ସଫା ଆଦି ଆଦି ସ୍ଥାନ ଗୁଡ଼ିକରେ ଟ୍ରାନ୍ସଫରମର ଗୁଡ଼ିକ ଲୁଚି ଯାଇ ଯାଇଛି। ଟ୍ରାନ୍ସଫରମର ଚତୁଃପାର୍ଶ୍ବ ଓ ଭିତର ସଫା ନହେବା ହେତୁ ଜଙ୍ଗଲୀ ଘାସ, ଲତା, ଗୁଳ୍ମ ଆଦି ଏହାକୁ ସମ୍ପୂର୍ଣ ଭାବେ ଆଚ୍ଛାଦିତ କରି ରଖୁଛି। ଫଳରେ କିଛି ସ୍ଥାନରେ ଟ୍ରାନ୍ସଫରମର ରହିଥିଲେ ମଧ୍ୟ ତାହା ଜଣାପଡ଼ୁନାହିଁ । କିଛି ଗୃହ ପାଳିତ ପଶୁ ଏଠାରେ ଟ୍ରାନ୍ସଫରମର ଥିବା ଜାଣି ନପାରି ଏହା ଭିତରକୁ ପଶିଯାଇ ବିଦ୍ୟୁତ ଆଘାତରେ ମୃତାହତ ହେବାରେ ଲାଗୁଛନ୍ତି। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି। ସେମାନେ ସବୁ ଜାଣି ମଧ୍ୟ ନଜାଣିବା ଅଭିନୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବିଦ୍ୟୁତ ଦେୟ ଆଦାୟକୁ ଛାଡିଲେ ସେମାନଙ୍କୁ ଏସବୁ କିଛି ଦେଖା ଯାଉନଥିବା କଥା ଲୋକେ କହିଛନ୍ତି। ବିଭାଗୀୟ ଉଚ୍ଚାଧିକାରୀ ଓ ଜିଲା ପ୍ରଶାସନ ଏଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.