www.samajalive.in
Thursday, December 11, 2025
26.1 C
Bhubaneswar

ଅଧିକ ଯୌତୁକ ଦାବି କରି ଝିଅକୁ ମାରିଦେଲେ ଶାଶୁଘର; ଅଭିଯୋଗ ଆଣିଲେ ମାଆ

ଚାନ୍ଦବାଲି: ବିବାହ ସମୟରେ ଦାବି ମୁତାବକ ଯୌତୁକ ଦେବା ପରେ ମଧ୍ୟ ଝିଅକୁ ଶାଶୁଘର ଲୋକେ ସବୁ ସମୟରେ ଅଧିକ ଯୌତୁକ ଆଣିବା ପାଇଁ ଦାବି କରୁଥିଲେ। ଶେଷରେ ଝିଅକୁ ଜୀବନରୁ ମାରିଦେଲେ ଶାଶୁଘର ଲୋକେ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଝିଅର ପରିବାର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ କୃଷ୍ଣପୁରରେ। ଅଭିଯୋଗ ଅନୁଯାୟୀ, ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମର ସୁକାନ୍ତି ସାହୁଙ୍କ ଝିଅ ଅନୁସୟା (୨୫)ଚାନ୍ଦବାଲି ଥାନା ଅନ୍ତର୍ଗତ କୃଷ୍ଣପୁରର ଲକ୍ଷ୍ମୀଧର ବେହେରାଙ୍କ ବଡ଼ପୁଅ ବିଶ୍ୱରଂଜନ ସହ ବୈଦିକ ରୀତିରେ ଗତ ଜୁଲାଇ ମାସ ରେ ବିବାହ ଅନୁଷ୍ଠିତ ହୋଇଥିଲା। ସବୁ ସମୟରେ ବିଶ୍ୱରଂଜନ ଏବଂ ତାଙ୍କ ପରିବାର ଲୋକେ ନିଜ ବୋହୁ ଅନୁସୟାକୁ ଅଧିକ ଯୌତୁକ ଆଣିବା ପାଇଁ ଦାବୀ କରିବା ସହ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଥିଲେ। ଏହି ଘଟଣାକୁ ନେଇ ଅନୁସୟାଙ୍କ ବାପ ବୁଧଦେବ ନିଜ ସମୁଦୀ ଲକ୍ଷ୍ମୀଧରଙ୍କୁ ଭେଟି ଆଉ ଅଧିକ ଯୌତୁକ ଦେଇ ପାରିବେ ନାହିଁ ବୋଲି ନେହୁରା ହୋଇଥିଲେ। ଏହି ଘଟଣା ପରେ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଅନୁସୟାକୁ ମାରିଦେଇ ଅନୁସୟାଙ୍କ ବାପ ଘରକୁ ଖବର ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ଅନୁସୟାଙ୍କ ମାଆ ସୁକାନ୍ତି ସାହୁ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।

ଦେଖନ୍ତୁ ଭିଡିଓ; ୟୁକ୍ରେନର ୯/୧୧ ପରି ଆକ୍ରମଣ, ରୁଷରେ ଶିଶୁ ସମେତ ୬ ମୃତ

ରବିବାର କମିବ ବର୍ଷା କିନ୍ତୁ ଏହି ଜିଲାରେ ବର୍ଷିବ; ହେବ କୁହୁଡି, ୨୨ରୁ ବଢିବ ଶୀତ

- Advertisement -

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

 

 

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories