www.samajalive.in
Saturday, December 13, 2025
23.1 C
Bhubaneswar

ଜଙ୍ଗଲରୁ ୫୨କିଲୋ ସୁନା, ନଗଦ ୧୦ କୋଟି ଜବତ

ଭୋପାଳ: ଆୟକର ବିଭାଗ ଅଧିକାରୀମାନେ ଶୁକ୍ରବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟସ୍ଥ ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି। ଜବତ ସୁନା ବିସ୍କୁଟର ମୂଲ୍ୟ ୪୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), ଲୋକାୟୁକ୍ତ ପୁଲିସର ମିଳିତ ସହଯୋଗରେ ଆୟକର ବିଭାଗ ପକ୍ଷରୁ ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ଉପରେ ଚଢଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆୟକର ବିଭାଗକୁ ଗୁରୁବାର ରାତି ୨ଟାରେ ଏକ ଫୋନକଲ ମିଳିଥିଲା। ତଦନୁଯାୟୀ ମିଣ୍ଡୋରି ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କାର୍‌ରେ ୫୨ କିଲୋ ଓଜନର ସୁନା ରଖାଯାଇଥିବା ସୂଚନା ଦିଆଯାଇଥିଲା। ଏହାକୁ ଆଧାର କରି ୩୦ଟି ଗାଡିରେ ୧୦୦ ପୁଲିସ କର୍ମୀ ଉକ୍ତ ଜଙ୍ଗଲରେ ପହଞ୍ଚି ଏକ ଇନୋଭା କାର୍‌କୁ ଠାବ କରିଥିଲେ। ତେବେ କାର୍‌ ମଧ୍ୟରେ କୌଣସିି ଆରୋହୀ ନଥିବା ଜଣାପଡିଥିଲା। ତଲାସି ସମୟରେ ଦୁଇଟି ବ୍ୟାଗରେ ଭର୍ତ୍ତି ହୋଇଥିବା ସୁନା ବିସ୍କୁଟ ଓ ନଗଦ ଟଙ୍କା ବିଡା ମିଳିଥିଲା। ଉକ୍ତ ଇନୋଭା କାର୍‌ଟି ଗ୍ବାଲିୟର ବାସିନ୍ଦା ଚେତନ ଗୌଡଙ୍କ ନାମରେ ପଞ୍ଜୀକୃତ ହୋଇଥିବାବେଳେ ​ସେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜଣେ ପୂର୍ବତନ କର୍ମଚାରୀ ସୌରଭ ଶର୍ମାଙ୍କ ଘନିଷ୍ଠ ବୋଲି ଜଣାପଡିଛି। ତେବେ ଜବତ ସୁନା ଓ ନଗଦ ଟଙ୍କାର କେହି ଦାବିଦାର ସାମନାକୁ ଆସିନାହାନ୍ତି। ବିଗତ ଦୁଇଦିନ ଧରି ଭୋପାଳ ସହରର ବିଭିନ୍ନ ରିଏଲ ଇଷ୍ଟେଟ ବ୍ୟବସାୟୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢଉ ଜାରି ରହିଛି। ରାଜନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟାରେ ରହି କେତେକ ବ୍ୟବସାୟୀ ଅସାଧୁ ଭାବେ ନିଜର ବ୍ୟବସାୟ ଚଳାଇଥିବାର ପ୍ରମାଣ ମିଳିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories