ବଜାରକୁ ଖୁବ ଶୀଘ୍ର ଆସିବ ବଜାଜର ନୂଆ ଚେତକ ୩୫ ସିରିଜ୍ ଇଲେକ୍ଟ୍ରିକ୍ ସ୍କୁଟର

ଡେସ୍କ: ଭାରତରେ ଯେଉଁ କେତେକ କମ୍ପାନୀ ପୂର୍ବ ସମୟରେ ସ୍କୁଟର ଉତ୍ପାଦନ କରୁଥିଲେ, ସେଗୁଡିକ ମଧ୍ୟରେ ବଜାଜ ଅଟୋ ଅତ୍ୟନ୍ତ ଲୋକପ୍ରିୟ। ବିଶେଷ ଭାବେ, ଦେଶର ଘରେ ଘରେ ସମସ୍ତେ ଚେତକ ନାମ ସହ ସମସ୍ତେ ପରିଚିତ। କେବଳ ସେତିକି ନୁହେଁ ଭାରତରେ ସେ ସମୟରେ ସର୍ବାଧିକ ବିକ୍ରି ହୋଇଥିବା ସ୍କୁଟର ମଧ୍ୟରେ ସବୁଠାରୁ ଆଗରେ ରହିଥିଲା ଚେତକ ସ୍କୁଟର। ତେବେ ପୁଣି ଲୋକମାନଙ୍କୁ ହମାରା ବଜାଜର ଅନୁଭୂତି ଦେବା ପାଇଁ କମ୍ପାନୀ ଲଞ୍ଚ କରିଛି ଇଲେକ୍ଟ୍ରିକ୍ ସ୍କୁଟର।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ନୂଆ ଫ୍ଲୋରବୋର୍ଡ ବ୍ୟାଟେରୀ ବ୍ୟବହାର ହୋଇଥିବାରୁ ସିଟ ତଳେ ୩୫ ଲିଟର ଷ୍ଟୋରେଜ୍ କ୍ଷମତା ରହିଛି, ଯାହା କି ବର୍ତ୍ତମାନ ବଜାରରେ ମିଳୁଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ୟରେ ସର୍ବବୃହତ୍।

କମ୍ପାନୀ ପକ୍ଷରୁ ୩.୫ କିଲୋୱାଟ୍ ବ୍ୟାଟେରୀ ଦିଆଯାଇଛି ଏବଂ ଏହି ଅନୁସାରେ ସ୍କୁଟରର ନାମକରଣ ‘୩୫ ସିରିଜ୍’ ରଖାଯାଇଛି। କମ୍ପାନୀ ସୂଚନା ଅନୁଯାୟୀ, ୩ଟି ପ୍ରକାରରେ ଲଞ୍ଚ ହୋଇଥିବା ଚେତକ ୩୫୦୧, ୩୫୦୨ ଏବଂ ୩୫୦୩ ମଡେଲରେ ସହଜ ପରିଚାଳନା ପାଇଁ ଅଧିକ ସ୍ଥାନ ଦିଆଯାଇଥିବା ବେଳେ କମ୍ ସମୟରେ ଚାର୍ଜ ପାଇଁ ଡିଜାଇନ୍ କରାଯାଇଛି।

୩୫୦୧ ମଡେଲର ବାଙ୍ଗାଲୋରର ଏକ୍ସ ସୋ’ରୁମ୍ ମୂଲ୍ୟ ୧ ଲକ୍ଷ ୨୭ ହଜାର ୨୪୩ ଟଙ୍କା ରହିଥିବା ବେଳେ ୩୫୦୨ର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ଭାରତୀୟ ପରିବେଶକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପାଣିପାଗ ପାଇଁ ସୁହାଇଲା ଭଳି ଓ ବିଶେଷ କରି ବର୍ଷା ଦିନ ପାଇଁ ଆଇପି ୬୭ ଜଳ ପ୍ରତିରୋଧ ବ୍ୟବସ୍ଥା ମଧ୍ୟ କରାଯାଇଛି।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଡିସେମ୍ବର ଶେଷ ଭାଗରେ ୩୫୦୧ ଏବଂ ଆସନ୍ତାବର୍ଷ ଜାନୁଆରୀରେ ୩୫୦୨ ମଡେଲର ଡେଲିଭରି ଆରମ୍ଭ ହେବ।

Comments are closed.