www.samajalive.in
Saturday, December 13, 2025
27.1 C
Bhubaneswar

ପିସ୍ତଲ ଦେଖାଇ ନିର୍ମାଣ ସାମଗ୍ରୀ ଲୁଟ ; ୫ ଗିରଫ

ସମ୍ବଲପୁର : ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ସଙ୍କର୍ମା ଅଞ୍ଚଳରେ ଏକ ଠିକାଦାରଙ୍କ କାମ ଚାଲୁଥିବା ବେଳେ ଉକ୍ତ ଅଞ୍ଚଳରେ ନିର୍ମାଣ ସାମଗ୍ରୀ ଗୁଡିକ ରଖାଯାଇଥିଲା। ଗତ ୧୬ ତାରିଖ ରାତ୍ରିରେ ଗୋବିନ୍ଦତୋଲା, ଧନୁପାଲି ନିବାସୀ ତଥା ଠିକାଦାରଙ୍କ ନିକଟରେ କାର୍ଯ୍ୟ କରୁଥିବା ସୁପରଭାଇଜର ସତ୍ୟବ୍ରତ ଦାସ ନିର୍ମାଣ ସ୍ଥଳକୁ ଯାଇଥିଲେ । ସେ ନିର୍ମାଣସ୍ଥଳକୁ ଯିବାରୁ ସେଠାରେ ଦେଖିବାକୁ ପାଇଥିଲେ ଯେ, କିଛି ଯୁବକ ଏକ ନମ୍ବର ବିହୀନ ଟ୍ରକରେ ରଖାଯାଇଥିବା ଲୁହାର ପାଇପ ଗୁଡିକୁ ଭର୍ତ୍ତି କରୁଥିଲେ। ଏହା ଦେଖି ଶ୍ରୀ ଦାସ ମନା କରିବାରୁ ଯୁବକ ମାନେ ତାଙ୍କୁ ଧକ୍କା ଦେବା ସହିତ ଏକ ପିସ୍ତଲ ଦେଖାଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ଜୀବନ ବିକଳରେ ସୁପରଭାଇଜର ଶ୍ରୀ ଦାସ ଘଟଣାସ୍ଥଳରୁ ପଳାଇ ଆସି ଠିକାଦାରଙ୍କୁ ଖବର ଦେଇଥିଲେ। ଏହା ପରେ ଉଭୟ ୧୭ ତାରିଖ ସକାଳୁ ଅଭିଯୋଗ କରିବାରୁ ଅଇଁଠାପାଲି ଥାନାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

- Advertisement -

ତଦନ୍ତ ସମୟରେ ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳର ଫିରୋଜ ଖାନ ଓରଫ କାଲୁ (୫୫), ହୀରାକୁଦ ଥାନା ଅନ୍ତର୍ଗତ ଲରପଙ୍କର ମହାଦେବ ଗୁରୁ (୨୫), ପ୍ରକାଶ କୁମାର ଦାସ (୨୯), ବରେଇପାଲି ଥାନା ଅନ୍ତର୍ଗତ ତେତେଲପଡା ନିବାସୀ ଶଙ୍କର ଯାଦବ (୨୮) ଏବଂ ଝାରସୁଗୁଡା ଜିଲା ବାଲିଜୁରୀ ଥାନା ଅନ୍ତର୍ଗତ ଦୟାସାଗର ବାରା (୨୮) କୁ ଧରିଥିଲା । ଧରାପଡିଥିବା ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଚୋରି ହୋଇଥିବା ୧୫ଟି ମୋଟାଇ ଲୁହା ପାଇପ, ଗୋଟିଏ ମିନି ଟ୍ରକ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରିଥିଲା। ଅଭିଯୁକ୍ତ ମାନଙ୍କୁ ଗିରଫ କରି ଗୁରୁବାର ଅଦାଲତକୁ ଚାଲାଣ କରିଛି ବୋଲି ଅଇଁଠାପାଲି ଥାନା ପୁଲିସ କହିଛି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories