ସୈନିକ ସ୍କୁଲ-ଓଏମ୍‌‌ସି ମାରାଥନ ଅନୁଷ୍ଠିତ

ବରିଷ୍ଠ ବିଭାଗରେ ବି.ପ୍ରସାଦ ଦୋରା ଓ କନିଷ୍ଠ ବିଭାଗରେ ମାଷ୍ଟର ବିକାଶ ବିଜେତା

ଡେସ୍କ: ସୈନିକ ସ୍କୁଲ ଏବଂ ଓ.ଏମ୍‌‌.ସି ର ମିଳିତ ଆନୁକୂଲ୍ୟରେ ଅଷ୍ଟମ ବିଜୁ ମାରାଥନ ଚଳିତ ମାସ ୧୫ ତାରିଖ ସକାଳ ୬ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୈନିକ ସ୍କୁଲର ୫୦୦ କ୍ୟାଡ଼େଟ୍‌‌, ୨୦୦ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ମିଶାଇ ସମୁଦାୟ ୧୨୦୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ସିନିୟର ବିଭାଗ ୧୦ କିମି ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗି ୭ କିମି ପଥ ଅତିକ୍ରମ କରିଥିଲେ। ଏହି ଗଣ ଦୌଡ଼କୁ କମୋଡ଼ର ମହେଶ ରହଙ୍ଗଡ଼଼ାଲେ, ଡ଼େପୁଟୀ ଡ଼ାଇରେକ୍‌‌ଟର ଜେନେରାଲ, ଏନ୍‌‌.ସି.ସି, ନାଇରେକ୍ଟୋରେଟ୍‌‌, ଓଡ଼ିଶା, କର୍ଣ୍ଣଲ୍‌‌ ବାଲୁଭରତ, ପ୍ରିନ୍‌‌ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି ଆଇ.ଏ.ଏସ୍‌‌ (ଅବସର ପ୍ରାପ୍ତ), ପୁରାତନ ଛାତ୍ର ସଂସଦର ସଭାପତି ପତାକା ଦେଖାଇ ମାରାଥନ ଦୌଡ଼ର ଶୁଭ ଉଦ୍‌‌ଘାଟନ କରିଥିଲେ। ଏହାଛଡ଼ା କମାଣ୍ଡର୍‌‌ ଦିନେଶ ସ୍ୱାଇଁ, ଓ.ବି.ଏ. ସଂପାଦକ, ଲେ.କର୍ଣ୍ଣଲ୍‌‌ ଅମିତ ତିୱାରୀ, କମାଣ୍ଡର ମନୋରମା ପୋଖେରିୟା, ଓ.ଏମ୍‌‌.ସି ର ବରିଷ୍ଠ ଅଫିସର ଗଣ, ପୂରାତନ ଛାତ୍ର ଶ୍ରୀ ଅମିତାଭ ସ୍ୱାଇଁ, ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ସୈନିକ ସ୍କୁଲ୍‌‌ର ସିନିୟର ମାଷ୍ଟର ବିଘ୍ନେଶ୍ୱର ପ୍ରଧାନ ଓ ଏ.କେ. ମୂଖାର୍ଜୀ ଏହି ଦୌଡ଼ର ପରିଚାଳନା କରିଥିଲେ। ଏଥିରେ ସିନିୟର ବିଭାଗରେ ବି. ପ୍ରସାଦ ଦୋରା ବିଜେତା ହୋଇଥିବା ବେଳେ ଅଭିଶେଷ କୁମାର ଉପବିଜେତା ହୋଇଥିଲେ। କନିଷ୍ଠ ବିଭାଗରେ ମାଷ୍ଟର ବିକାଶ ବିଜେତା ଓ ଶିବମ୍‌‌ ଯାଦବ ଉପବିଜେତା ହୋଇଥିଲେ। ପୂରାତନ ଛାତ୍ରଙ୍କ ମଧ୍ୟରୁ ରଞ୍ଜିତ ସାହାଣୀ ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଆକାଂକ୍ଷା ପ୍ରିୟା ବିଜୟିନୀ ହୋଇଥିଲେ। ଶେଷରେ ମୂଖ୍ୟ ଅତିଥି ବିଜେତା ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Comments are closed.