www.samajalive.in
Wednesday, December 10, 2025
15.1 C
Bhubaneswar

୨ୟ ଦିନିକିଆ ଆଜି ; ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମୌଙ୍ଗାନୁଇ : ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଭାରତୀୟ କ୍ରିକେଟ ଦଳ ତା’ର ଭଲ ପ୍ରଦର୍ଶନ ଜାରିରଖିଛି। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ ଶନିବାର ଖେଳାଯିବାକୁ ଥିବା ୨ୟ ଦିିନିକିଆକୁ ଜିତି ବିଜୟଧାରା ବଜାୟ ରଖିବାକୁ ଚାହିଁବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ସିରିଜ୍‌ର ସମସ୍ତ ମ୍ୟାଚ୍ ଜିତିଥିବା ନ୍ୟୁଜିଲାଣ୍ଡ ଅଧିକ ଶକ୍ତିଶାଳୀ ଭାରତ ସମ୍ମୁଖରେ ବୁଧବାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଏହି ମ୍ୟାଚ୍‌ରେ ଭାରତର ସମସ୍ତ ଖେଳାଳି ଦଳର ବିଜୟରେ ​ଯୋ‌ଗଦାନ କରିଥିଲେ। ଏପରି ପ୍ରଦର୍ଶନ ଭାରତୀୟ ଦଳକୁ ଉତ୍ସାହିତ କରିଛି। ୩ୟ ଦିନିକିଆ ପରେ ବିରାଟ କୋହଲି ସ୍ବଦେଶ ଫେରିବା ପୂର୍ବରୁ ଭାରତ ସିରିଜ୍ ବିଜୟ ନିଶ୍ଚିତ କରିବାକୁ ଚାହେଁ। ତେଣୁ ଶନିବାର ୨ୟ ଦିନିକିଆକୁ ଜିତି ଏହି ଦିଗରେ ଆଉ ପାଦେ ଅଗ୍ରସର ହେବାର ଲକ୍ଷ୍ୟ ଭାରତ ରଖିଛି। ତେବେ ଏହା ସତ ​‌େ​‌ଯ ଭାରତକୁ ଚକ୍‌ମାଦେବାର ସମସ୍ତ ସାମର୍ଥ୍ୟ ନ୍ୟୁଜିଲାଣ୍ଡର ଅଛି।
ଏବେ ମଧ୍ୟ ଭାରତୀୟ ଦିନିକିଆ ଦଳରେ ସ୍ଥାନ ନିଶ୍ଚିତ କରିବାକୁ ଚାହୁଁଥିବା ଫାଷ୍ଟବୋଲର ମହମ୍ମଦ ସାମି ଦୃଢ଼ତାର ସହ ଏହି ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ପ୍ରଥମ ଦିନିକିଆରେ ଘାତକ ବୋଲିଂକରି ସାମି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଏସିଅା କପ୍ ଫାଇନାଲ ପରେ ଏକାଠି ଖେଳିଥିବା ଦୁଇ ଭାରତୀୟ ରିଷ୍ଟ ସ୍ପିନର ମିଳିତ ଭାବେ ୬ଟି ୱିକେଟ ନେବା ଏବଂ ଶିଖର ଧାୱନ ଫର୍ମକୁ ଫେରିବା ସହ ଅପରାଜିତ ଅର୍ଦ୍ଧଶତକ ହାସଲ କରିବା ଭାରତକୁ ଉତ୍ସାହିତ କରିଛି। ଶ୍ରୀଲଙ୍କା ବିପକ୍ଷରେ ସମସ୍ତ ମ୍ୟାଚ୍‌ରେ ୩ ଶହ ରନ୍ ଅତିକ୍ରମ କରିଥିବା ନ୍ୟୁଜିଲାଣ୍ଡ ୧୬୦ ରନ୍‌ରେ ମଧ୍ୟ ପହଞ୍ଚି ନପାରିବାରୁ ସ୍ପଷ୍ଟ ଯେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାକୁ ଦେଖି ନ୍ୟୁଜିଲାଣ୍ଡ ଗୋଟିଏ/ଦୁଇଟି ପରିବର୍ତ୍ତନ କରିପାରେ। ଫାଷ୍ଟବୋଲର ଲୋକି ଫର୍ଗୁସନ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ଖେଳିପାରନ୍ତି। ପୁଣି ୨ୟ ସ୍ପିନର ଭାବେ ଇସ୍ ସୋଢ଼ିଙ୍କୁ ସୁଯୋଗ ମିଳିପାରେ। ଭାରତ ତା’ର ମଧ୍ୟକ୍ରମରେ ଦିନେଶ କାର୍ତ୍ତିକଙ୍କୁ ସାମିଲ କରିପାରେ। ଫଳରେ ଅମ୍ବତି ରାୟୁଡୁଙ୍କୁ ବାହାରେ ବସିବାକୁ ପଡ଼ିବ। ବୋଲିଂରେ ବିଜୟ ଶଙ୍କର ବିଫଳ ହୋଇଥିଲେ ହେଁ ତାଙ୍କ ବ୍ୟାଟିଂ ଦକ୍ଷତା ଯୋଗୁଁ ଆଉ ଏକ ସୁଯୋଗ ପାଇବେ। ଅନ୍ୟପକ୍ଷରେ ବିଜୟ ଶଙ୍କରଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ମାଉଣ୍ଟ ମୌଙ୍ଗାନୁଇରେ ଏହା ଭାରତର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ହେବ। ଏହି ପଡ଼ିଆ ବଡ଼ ଥିବାରୁ ଭାରତୀୟ ସ୍ପିନର ନିଶ୍ଚୟ ଖୁସିହେବେ। ଏହାର ପିଚ୍‌ରେ ୩୦୦ରୁ ଅଧିକ ରନ୍ ସଂଗ୍ରହ କରିବା ସମ୍ଭବପର ହୋଇଥିବାରୁ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ସେହି ଦଳ ବିଶାଳ ସ୍କୋର କରି ପ୍ରତିପକ୍ଷ ଦଳକୁ ଚାପରେ ପକାଇବାକୁ ନିଶ୍ଚିତ ଭାବେ ଚାହିଁବ। ଭାରତୀୟ ଦଳରେ ଅନେକ ତାରକା ବ୍ୟାଟସମ୍ୟାନ୍ ଥିବାରୁ ଦଳ ନିଶ୍ଚିତ ଭାବେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଲେ ବିଶାଳ ରନ୍‌ ସ୍କୋର କରିବାକୁ ଚେଷ୍ଟା କରିବ।
ଅନ୍ୟପକ୍ଷରେ କେନ୍ ୱିଲିୟମ୍‌ସନଙ୍କ ଉପରେ ନ୍ୟୁଜିଲାଣ୍ଡ ଅଧିକ ନିର୍ଭରଶୀଳ। ଭାରତ ବିପକ୍ଷରେ ଘରୋଇମାଟିରେ କ୍ରମାଗତ ୬ଟି ଦିନିକିଆରେ ୱିଲିୟମ୍‌ସନ୍ ଅର୍ଦ୍ଧଶତକ ମାରିଛନ୍ତି। ବୋଲିଂକୁ ଦେଖିଲେ ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ୍‌ ସାଣ୍ଟ୍‌ନର କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନ୍ୟୁଜିଲାଣ୍ଡର ବିଜୟ ବହୁଳ ଭାବେ ନିର୍ଭର କରୁଛି। ଘରୋଇ ମାଟିରେ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବା ବେଳେ ଦ୍ବିତୀୟ ଦିନିକିଆରେ ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହେବା ସହ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ। ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଦ୍ବିତୀୟ ମ୍ୟାଚ୍‌ ଜିତି ବିଜୟ ଧାରା ବଜାୟ ରଖିବାକୁ ନିଶ୍ଚିତ ଭାବେ ଚାହିଁବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories