ଯୁବ କଂଗ୍ରେସ ଘେରିଲା ବିଷ୍ଣୁପଦ ସେଠୀଙ୍କ ବାସଭବନ
ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ବରେ ସୋମବାର ଘେରଉ କରାଯାଇଥିଲା। ଶ୍ରୀ ସେଠୀ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ଅଭିଯୋଗ ଉଠାଇବା ସହ ତାଙ୍କ ଗିରଫ ଦାବିରେ ଯୁବ ବିକ୍ଷୋଭ ପ୍ରଦର୍ଶନ କଂଗ୍ରେସ କର୍ମୀ କରିଥିଲେ । ଶ୍ରୀ ସେଠୀଙ୍କ ସରକାରୀ ବାସଭବନ ଆଡକୁ ଯିବାବେଳେ ପୁଲିସ ପକ୍ଷରୁ ପଥରୋଧ କରାଯାଇଥିଲା । ଫଳରେ ପୁଲିସ ସହିତ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ ଯେ, ବ୍ରିଜ ଆଣ୍ଡ ରୁପ୍ କର୍ପୋରେସନ ଦୁର୍ନୀତି ମାମଲାରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ସମ୍ପୃକ୍ତି ରହିଛି । ତାଙ୍କୁ ଗିରଫ କରାଯିବା ଦରକାର ।
ଏଥିସହିତ ଯେଉଁ ରାଜନେ ନେତା ଏବଂ କର୍ମଚାରୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। ଛାତ୍ର କଂଗ୍ରେସ ପୂର୍ବ ପୂର୍ବତନ ରାଜ୍ୟ ସଭାପତି ସୟଦ ୟାସିର ନୱାଜ କହିଥିଲେ ଶ୍ରୀ ସେଠୀଙ୍କୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ଅଭିଯୋଗ କରିବା ସହ ଏହି ଘଟଣାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଯୁବ କଂଗ୍ରେସ ନେତା ମନୋଜ ବିଶ୍ଵାଳ, ଉଦିତ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା ପ୍ରମୁଖ ଦାବି କରିଥିଲେ ।
Comments are closed.