www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ଵର ଜାଗମରାରେ ଖୋଲିଲା ” ଲଣ୍ଡନ ବେରୀ” ର ପ୍ରଥମ ଆଉଟଲେଟ।

ଭୁବନେଶ୍ଵର : ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି “ଲଣ୍ଡନ ବେରୀ – ଷ୍ଟାଇଲ୍‌ ଫଲ୍‌ ଲାଇଫ୍‌”। ଭୁବନେଶ୍ଵର ସ୍ଥିତ ନ୍ୟୁ ଜାଗମରା ରୋଡରେ ଆଜି ” ଲଣ୍ଡନ ବେରୀ” ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟଅତିଥି ଏବଂ ସୁମାରିଅଲ ମିଡ଼ିଆ, ପ୍ରମେୟ ଓ ପ୍ରମେୟ  ଗ୍ରୁପର ସିଇଓ ସୁନିଲ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵର ଫ୍ରାଞ୍ଚାଇଜ ପାର୍ଟନର ଲିନା ବେଉରା ଏବଂ କମ୍ପାନୀ ପ୍ରତିନିଧି କମ୍ପାନୀ ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀ ପକ୍ଷରୁ ବର୍ତ୍ତମାନ  ଉପରେ ୭୦ ପ୍ରତିଶତ ରିହାତି ରହିଛି ବୋଲି ଫ୍ରାଞ୍ଚାଇଜ ପାର୍ଟନର ଓନର ଲିନା ବେଉରା କହିଛନ୍ତି।

- Advertisement -

୨୦୧୬ ମସିହାରେ “ଲଣ୍ଡନ ଵେରି” ବ୍ରାଣ୍ଡ ସହିତ ଜନ୍ମ ନେଇଥିବା ଶ୍ରୀ ବାଙ୍କେ ବିହାରୀ କ୍ଳଦିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦେଶର ବିଭିନ୍ନ ଅଞ୍ଚଳରେ ଖୋଲିଥିବା ନିଜର ୧୭୦ ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ଜରିଆରେ ଗ୍ରାହକ ମାନଙ୍କୁ ଉଚ୍ଚମାନର ଏବଂ ଆରାମଦାୟକ ଓ ଷ୍ଟାଇଲିଶ ପରିଧାନ ସୁଲଭ ମୂଲ୍ୟରେ ଯୋଗାଇ ଆସୁଛି । “ଲଣ୍ଡନ ବେରି” ଗ୍ରାହକଙ୍କୁ ଏଭଳି ଏକ ପରିଧାନ ଦେବାକୁ ଲକ୍ଷ୍ୟ ରଖେ ଯାହା କେବଳ ଦେଖିବାକୁ ସୁନ୍ଦର ନୁହେଁ; ବରଂ ଯାହା ସେମାନଙ୍କୁ ଆତ୍ମବିଶ୍ବାସ ଦିଏ । ସବୁ ବର୍ଗର ଓ ସବୁ ପସନ୍ଦର ଗରାଖଙ୍କ ପାଇଁ ତାଙ୍କ ମନଲାଖି ବସ୍ତ୍ର ଯୋଗାଇ ଭାରତରେ ଫ୍ୟାସନର ଏକ ନୂଆ ପରିଭାଷା ତିଆରି କରିବା ସହ ଆଗାମୀ ଦିନରେ ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବା ଲକ୍ଷ୍ୟ ବୋଲି କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories