www.samajalive.in
Monday, December 15, 2025
14.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ପୁରାତନ ପୂର୍ତ୍ତ ବିଭାଗ ଡାକବଙ୍ଗଳା

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ମଧ୍ୟରେ ଥିବା ବହୁ ପୁରାତନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ବର୍ତମାନ ଭୂତକୋଠୀ ପାଲଟିଛି। ଏହି ଡାକବଙ୍ଗଳାରେ ଫିରିଙ୍ଗିଆ ଅଞ୍ଚଳକୁ ଆସୁଥିବା ଲୋକମାନଙ୍କ ରହିବା ସହ ବିଭାଗୀୟ ଅଧିକାରୀମାନେ ଆସି ରାତ୍ରି ଯାପନ କରିପାରୁଥିଲେ। ବର୍ତମାନ ପର୍ଯ୍ୟନ୍ତ ସେଭଳି ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ କୌଣସି ଅତିଥି ଭବନ କିମ୍ବା କୌଣସି ସୁବିଧା ନାହିଁ। କିଛିବର୍ଷ ହେବ ଏହି ବଙ୍ଗଳାଟି ବିଭାଗୀୟ ଅବହେଳା ପାଇଁ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିରହି ଭୂତକୋଠୀ ପାଲଟିଛି। ବର୍ତମାନ ବଙ୍ଗଳାଟି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହେବାକୁ ବସିଲାଣି। କେବଳ ସେତିକି ନୁହେଁ, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ବଙ୍ଗଳାଟି କାର୍ଯ୍ୟରେ ଲାଗି ପାରୁ ନଥିବାରୁ ସନ୍ଧ୍ୟାହେଲେ ଏହି ବଙ୍ଗଳା ପରିସର ଅସାମାଜିକ ଯୁବକମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳୁଛି। ସହରର କିଛି ମଦ୍ୟପ ଏହି ବଙ୍ଗଳା ପରିସରରେ ମଦ୍ୟପାନ କରୁଥିବାରୁ ବଙ୍ଗଳା ପରିସରରେ କୁଢ଼କୁଢ଼ ମଦ ବୋତଲ ଗଡ଼ୁଥିବା ଦେଖିବାକୁ ମିଳିଛି। ତେବେ ବଙ୍ଗଳାର ଉନ୍ନତିକରଣ କଲେ ଏହା କାମରେ ଲାଗିପରନ୍ତା ବୋଲି ସହରର ବୁଦ୍ଧିଜୀବୀଙ୍କ ସହ ଜନସାଧାରଣ ଦାବି କରିଥିବାବେଳେ ବଙ୍ଗଳାର ରକ୍ଷଣାବେକ୍ଷଣା ବିଷୟରେ ଦାୟିତ୍ୱରେ ଥିବା ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ କର୍ମଚାରୀ ଅଭାବରୁ ରକ୍ଷଣାବେକ୍ଷଣ ହୋଇପାରୁନାହିଁ, ଖୁବଶୀଘ୍ର ବଙ୍ଗଳାର ଉନ୍ନତିକରଣ କରାଯାଇ ବଙ୍ଗଳାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories