www.samajalive.in
Thursday, December 11, 2025
14.1 C
Bhubaneswar

ଜେଲରେ କିପରି ରାତି କାଟିଲେ ଅଲ୍ଲୁ ?

ସମାଜ ଡିଜିଟାଲ ଡେସ୍କ: ସନ୍ଧ୍ୟା ସିନେମାହଲ ଦଳାଚକଟା ଘଟଣାରେ ଗିରଫ ହୋଇ ଗୋଟିଏ ରାତି ଜେଲରେ ରହିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶନିବାର ସେ ଜେଲରୁ ମୁକୁଳିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଜାମିନ ମିଳିଥିଲେ ହେଁ କାଗଜପତ୍ର କାର୍ଯ୍ୟରେ ବିଳମ୍ବ ହେବାରୁ ତାଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଥିଲା। ତେବେ ଅଲ୍ଲୁ ଜେଲରେ କିପରି ରାତି କାଟିଲେ ତାହା ଜାଣିବାକୁ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ।

ଗିରଫ ପରେ ଅଲ୍ଲୁଙ୍କୁ ଚଞ୍ଚଲଗୁଡ଼ା କେନ୍ଦ୍ରୀୟ ଜେଲରେ ରଖାଯାଇଥିଲା। ଜେଲରୁ ମିଳିଥିବା ସୂଚନା ଅନୁସାରେ, ଏହି ଗୋଟିଏ ରାତି ପାଇଁ ଜେଲରେ ଅଲ୍ଲୁଙ୍କ ପରିଚୟ କଏଦୀ ନମ୍ବର ୭୬୯୭ ରହିଥିଲା। ସେ ଜେଲରେ ଖାଦ୍ୟ ଗ୍ରହଣ କରି ନ ଥିଲେ। ସାରା ରାତି ଉପାସ ରହିଥିଲେ ଏବଂ ଚଟାଣରେ ଶୋଇଥିଲେ। ବିଚାରାଧୀନ କଏଦୀ ହିସାବରେ ପୁଲିସ ତାଙ୍କୁ ମଞ୍ଜୀରା ବାରାକର କ୍ଲାସ-୧ କୋଠରୀରେ ରଖିଥିଲା।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories