ସମାଜ ଡିଜିଟାଲ ଡେସ୍କ: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ସମନ ଜାରି କରାଯାଇଛି। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏକ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ଅନୁମାନ କରାଯାଉଛି। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଜାରି କରାଯାଇଥିଲା। ପୁନର୍ବାର ତାଙ୍କୁ ସମନ ଜାରି କରାଯାଇଛି। ତେବେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବିଷ୍ଣୁପଦ।
Popular Categories



