ଜେଲ୍‌ରୁ ଫେରି ଏମିତି କହିଲେ ଅଲ୍ଲୁ ଅର୍ଜୁନ

ତେଲଙ୍ଗାନା : ଜେଲ୍‌ରୁ ଫେରିଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ଦେଇଛନ୍ତି । ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ । କହିଲେ ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ । ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାର ସହଯୋଗ କରିବି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି । ‘ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ । ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବେ ବୋଲି ସେ କହିଛନ୍ତି । ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇନଥିଲା ।
ସୂଚନାନୁଯାୟୀ,ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ।

ପାହାଳ ଡୁପ୍ଲେକ୍ସରୁ ୪୦ ଲକ୍ଷର ସୁନାଗହଣା ଲୁଟି ନେଲେ..

Comments are closed.