www.samajalive.in
Sunday, December 7, 2025
14.1 C
Bhubaneswar

କଥା କହିବା ଶୈଳୀରୁ ଜାଣନ୍ତୁ ଆପଣଙ୍କ ସ୍ୱଭାବ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରରେ ରହିଥିବା ବିଭିନ୍ନ ଚିହ୍ନ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ବିଷୟରେ ଜଣାପଡ଼ିଥାଏ। ଏତଦ ବ୍ୟତୀତ କୌଣସି ବ୍ୟକ୍ତିର କଥା କହିବା ଶୈଳୀରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟର କହିବା ଶୈଳୀ ପରସ୍ପର ଠାରୁ ଭିନ୍ନ୍ନ ଅଟେ। ଜାଣନ୍ତୁ କଥା କହିବା ଶୈଳୀରୁ ମନୁଷ୍ୟର ସ୍ୱଭାବ କିଭଳି ରହିବ ….
ଉଚ୍ଚ ସ୍ୱରରେ କହୁଥିବା ବ୍ୟକ୍ତି –
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକମାନେ ଉଚ୍ଚ ସ୍ୱରରେ କଥା ହୁଅନ୍ତି, ସେହି ବ୍ୟକ୍ତିମାନେ ଅନ୍ୟମାନଙ୍କର ଧ୍ୟାନ ନିଜ ପ୍ରତି ଆକର୍ଷଣ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ନିଜର ଜ୍ଞାନ ଦ୍ୱାରା ଅନ୍ୟ ଉପରେ ପ୍ରଭାବ ଜାହିର କରିଥାଆନ୍ତି। ଏହି ପ୍ରକାରର ଲୋକେ ଅନ୍ୟର କଥା ଶୁଣିବାକୁ ପସନ୍ଦ କରିନଥାଆନ୍ତି।
ଶୀଘ୍ର କଥା କହୁଥିବା ବ୍ୟକ୍ତି –
କିଛି ଲୋକେ ଖୁବ ଜଲଦି ଜଲଦି କଥା କହିଥାଆନ୍ତି। ଏପରି ଲୋକଙ୍କ କଥା ବୁଝିବା ଅସମ୍ଭବ ହୋଇଥାଏ। ଏହି ପ୍ରକାରର ବ୍ୟକ୍ତି ଯେକୌଣସି କଥାକୁ ନିଜ ଭିତରେ ଲୁଚାଇ ରଖିପାରନ୍ତି ନାହିଁ।
କର୍କଶ ସ୍ୱରରେ କଥା କହୁଥିବା ବ୍ୟକ୍ତି –
କିଛି ଲୋକେ କଥା କହିବା ସମୟରେ ସେମାନଙ୍କ କଥା ଖୁବ କର୍କଶ ଶୁଭିଥାଏ। ଏହି ପ୍ରକାରର ବ୍ୟକ୍ତି କଳହପ୍ରିୟ, ଦୁଃଖୀ ଓ ଲକ୍ଷହୀନ ଅଟନ୍ତି।
ଧୀର ସ୍ୱରରେ କଥା କହୁଥିବା ବ୍ୟକ୍ତି –
ଧୀର ସ୍ୱରରେ କଥା କହୁଥିବା ବ୍ୟକ୍ତିମାନେ ଖୁବ ଚାଲାକ ବୃଦ୍ଧିମାନ ଅଟନ୍ତି। ନିଜ ଇଚ୍ଛାନୁଯାୟୀ, ସେମାନେ ତାଙ୍କର କାର୍ଯ୍ୟ ହାସଲ କରିଥାଆନ୍ତି।
ଗମ୍ଭୀର ଓ ସନ୍ତୁଳିତ ସ୍ୱର –
ଗମ୍ଭୀର ଓ ସନ୍ତୁଳିତ ସ୍ୱରରେ କଥା କହୁଥିବା ବ୍ୟକ୍ତିମାନେ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥାଆନ୍ତି। ନିଜ ପରିବାର ପ୍ରତି ମଧ୍ୟ ଖୁବ ଦାୟିତ୍ୱବାନ ଅଟନ୍ତି। ଧୀରସ୍ଥିର ଭାବେ ନିଜ କାର୍ଯ୍ୟ କରିଥାଆନ୍ତି।

 

- Advertisement -

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories