www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ସଂସଦରେ ବିତର୍କ

ନୂଆଦିଲ୍ଲୀ: ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ଲୋକସଭାରେ ହେବ ସ୍ଵତନ୍ତ୍ର ଡିବେଟ୍। ଆଜି ଓ ଶନିବାର ଲୋକସଭାରେ ବିଭିନ୍ନ ଦଳର ସାଂସଦ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କ ରେ ଭାଗନେଇ ନିଜର ମତ ରଖିବେ। ଏଥିପାଇଁ ବିଜେପି ଓ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ବିପ୍ ଜାରି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଚର୍ଚ୍ଚାର ଆରମ୍ଭ କରିବା ନେଇ ସୂଚନା ମିଳିଛି। ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିତର୍କରେ ଭାଗ ନେବେ। ଆଜି ଏବଂ ଶନିବାର ଲୋକସଭାରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି କଂଗ୍ରେସ ଏବଂ ବିଜେପି। ସେହିପରି ୧୬ ଏବଂ ୧୭ ତାରିଖରେ ରାଜ୍ୟସଭାରେ ବିତର୍କ ଅନୁଷ୍ଠିତ ହେବ । ରାଜ୍ୟସଭାରେ ବିତର୍କର ନେତୃତ୍ଵ ନେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ୧୬ ରେ ଶାହା ଏବଂ ୧୭ରେ ଏହା ଉପରେ ରାଜ୍ୟସଭାରେ ମତ ରଖିବେ ପ୍ରଧାନମନ୍ତ୍ରୀ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories