www.samajalive.in
Thursday, December 11, 2025
14.1 C
Bhubaneswar

୧୩ ଓ ୧୪ରେ ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ଓ କଂଗ୍ରେସର ୩ ଧାଡ଼ିର ହ୍ୱିପ୍ ଜାରି

ଡେସ୍କ: ବିଜେପି ଏବଂ କଂଗ୍ରେସ ଦଳ ଭାରତର ସମ୍ବିଧାନ ଉପରେ ନିର୍ଦ୍ଧାରିତ ବିତର୍କ ସମୟରେ ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ଉପସ୍ଥିତ ରହିବା ପାଇଁ ଏହାର ସମସ୍ତ ଲୋକସଭା ସଦସ୍ୟଙ୍କୁ ତିନି ଧାଡ଼ିର ହ୍ୱିପ୍ ଜାରି କରିଛନ୍ତି।

ଲୋକସଭାରେ ଥିବା ସମସ୍ତ ବିଜେପି ସଭ୍ୟଙ୍କୁ ଅବଗତ କରାଯାଇଛି ଯେ ଭାରତର ସମ୍ବିଧାନ ଗ୍ରହଣର ୭୫ତମ ବାର୍ଷିକୀ ଡିସେମ୍ବର ୧୩ ଏବଂ ୧୪ ତାରିଖରେ ଲୋକସଭାରେ ଆଗତ ହେବ। ତେଣୁ ଲୋକସଭାରେ ବିଜେପିର ସମସ୍ତ ସଦସ୍ୟ ଉଭୟ ଦିନ ଗୃହରେ ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବେ।

- Advertisement -

ଡିସେମ୍ବର ୧୪ ଶନିବାର ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜାନୁଆରୀରେ ବିଜେପିକୁ ମିଳିବ ନୂଆ ସଭାପତି: ତୋମାର

ମିଳିଥିବା ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହା ଡିସେମ୍ବର ୧୬ ତାରିଖରେ ରାଜ୍ୟସଭାରେ ବିତର୍କ ଆରମ୍ଭ କରିବେ। ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର କହିଛନ୍ତି ଯେ ବିରୋଧୀ ଚାହୁଁଛନ୍ତି ଯେ ଗୃହ ଚାଲିବ ଏବଂ ସହମତି ଅନୁଯାୟୀ ଡିସେମ୍ବର ୧୩ରେ ସମ୍ବିଧାନ ଉପରେ ବିତର୍କ ହେବ।

ସେ କହିଛନ୍ତି, ‘ମୁଁ ବାଚସ୍ପତିଙ୍କ ସହ ବୈଠକ କରିଥିଲି। ମୁଁ ତାଙ୍କୁ କହିଥିଲି ଯେ ମୋ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ହଟାଇ ଦିଆଯିବା ଉଚିତ୍। ବାଚସ୍ପତି ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଆମର ଉଦ୍ଦେଶ୍ୟ ହେଉଛି ଗୃହ ଚାଲିବା ଉଚିତ ଏବଂ ଗୃହରେ ଆଲୋଚନା ହେବା ଉଚିତ୍। ସେମାନେ ମୋ ବିଷୟରେ ଯାହା ବି କୁହନ୍ତୁ ନା କାହିଁକି, ଆମେ ଚାହୁଁଛୁ ଯେ ଡିସେମ୍ବର ୧୩ରେ ବିତର୍କ ହେଉ।

ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଆଲୋଚନା କରିବାକୁ ବିଜେପି ଚାହୁଁନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଶୀତକାଳୀନ ସଂସଦର ପ୍ରଥମ ଅଧିବେଶନ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଅନେକ ଥର ମୁଲତବୀ ରଖାଯାଇଛି। ଚଳିତ ଶୀତକାଳୀନ ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories